ବହୁ ଦାବି ପରେ ସୁଦ୍ଧା ରାସ୍ତା ନିର୍ମାଣ ହେଲାନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ମଳାସପଦର ଗ୍ରାମ ପଞ୍ଚାୟତର ୭ ଗୋଟି ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଥିଲେ ମଧ୍ୟ ଆଜି ଯାଏଁ ଗାଁକୁ ପକ୍କା ରାସ୍ତା ହେଲାନି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ନିର୍ମାଣ ଦିଗରେ ପ୍ରଶାସନ ପଦକ୍ଷେପ ନନେଲେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ଗଜପତି ଜିଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତର ନାମଲିଙ୍ଗ, ନୁଣ୍ଡୁ ସାହି, ବାଲିପଙ୍କା, ରାଜିଂମେରା, ଡିମ୍ବିରିପଙ୍କାଳ, ବାଚିକା ଓ ଗୁଞ୍ଜୁଲି ଆଦି ୭ଟି ଗ୍ରାମର ଲୋକେ । ୫୦ବର୍ଷରୁ ଅଧୂକ ସମୟ ଧରି ଏହିସବୁ ଗାଁରେ ଲୋକେ ବସବାସ କରୁଛନ୍ତି । ତଥାପି ଆଜି ଯାଏଁ ଏହି ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରିନି । ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ମାଧ୍ଯମରେ ୬ କି.ମି. ରାସ୍ତା ନିର୍ମାଣ କରାଗଲେ ଏହି ସବୁ ଗାଁର ଲୋକେ ଉପକୃତ ହୋଇ ଇପାରନ୍ତେ । କିନ୍ତୁ ରାସ୍ତା ନିର୍ମାଣ ନହେବାରୁ ଉକ୍ତ ୭ଟି ଗାଁକୁ ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ମଧ୍ୟ । ଯାଇପାରୁନି । ବର୍ଷା ଦିନ ଆସିଲେ ଆସିଲେ ୧ ତ ଲୋକେ କୌଣସି ସ୍ଥାନକୁ ଯାତାୟାତ କରିବା ସମ୍ଭବ ହେଉନି ତେଣୁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ