ପୋଖରୀରେ ବୁଡି ଶିଶୁର ମୃତ୍ୟୁ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ଅର୍ନ୍ତଗତ ତୁଳସିପଦର ଗ୍ରାମର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନାବାଳ ଜଣକ ତୁଳସିପଦର ଗ୍ରାମର ତୋଫାନ ପାତ୍ର ଙ୍କ ପୁତ୍ର ସ୍ଵାଧୀନ ପାତ୍ର (୮) ବୋଲି ଜଣାପଡ଼ିଛି । ଏନେଇ ପାଟପୁର ପୋଲିସ ଅପ ମୃତ୍ୟୁ କେସ ନମ୍ୱର୍ ୩/୨୪ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଘଟଣାରୁ ଜଣାପଡ଼ିଛି ଦିନ ଦ୍ବିପହରରେ ସ୍ଵାଧୀନ ଘରୁ ବାହାରି କେଉଁ ଆଡେ ଯାଉଥିବା ବେଳେ ଘର କୁ ଫେରିନଥିଲା । ଘର ଲୋକ ଗାଁ ଆଖ ପାଖ ଖୋଜି କରି ପାଇଲେ ନାହିଁ।ପରେ ଗାଁ ପୋଖରୀକୁ ଯାଇଥିବା ଖବର ପାଇବା ପରେ ଗାଁ ଲୋକ ପୋଖରୀ ଭିତରୁ ଖୋଜି ଉଦ୍ଧାର କରି ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ।ମେଡିକାଲ ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବାହନ ଦାସ ମୃତ ଘୋଷଣା କରିଥିଲେ। ପାଟପୁର ପୋଲିସ ଖବର ପାଇ ମେଡିକାଲ ରେ ପହଞ୍ଚି ମୃତ ଦେହ ବ୍ରହ୍ମପୁର ବ୍ୟବଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଚଳାଇଥିବା ଅଧିକାରୀ ଏସ ଆଇ ଶ୍ରୀନିବାସ ଦାସ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ