ଦିଗପହଣ୍ଡିରେ ବିଜେଡିରେ ବିଶାଳ ନିର୍ବାଚନୀ ସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ର ୫ – ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବୁଧବାର ଦିଗପହଣ୍ଡି ଗସ୍ତରେ ଆସି ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବ କୁମାର ପାତ୍ର ଓ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃୁଗୁବକ୍ସି ପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତାର ଚାଞ୍ଚଡାପଲ୍କୀ ଛକ ଠାରେ ଆୟୋଜିତ ବିଶାଳ ଜନସମାବେଶକୁ ସେ ସମ୍ଭୋଧିତ କରିଥିଲେ।ଦିଗପହଣ୍ଡି ଅଞ୍ଚଳର ପ୍ରତିଟି ଅଞ୍ଚଳରେ ଦେଖିବାକୁ ମିଳୁଛି ଦିବଙ୍ଗତ ବିଜେଡ଼ି ନେତା ସୂର୍ଯ୍ୟ ବାବୁଙ୍କ ବିକାଶର ପାଦଚିହ୍ନ।ସେ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଯେତେଥର ଦିଗପହଣ୍ଡି ଆସିଛନ୍ତି ସୂର୍ଯ୍ୟବାବୁ ଙ୍କ ସହ ବସି ବିକାଶ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଏଣୁ ତାଙ୍କର ସ୍ମୃତି କୁ ଶ୍ରଦ୍ଧାଞ୍ଜଳୀ ଦେଇ ତାଙ୍କ ସୁପୁତ୍ର ବିପ୍ଳବ ପାତ୍ର ଓ ଭୃଗୁବକ୍ସି ପାତ୍ରଙ୍କୁ ବିପୁଳ ଭୋଟ ଦେଇ ଆଗାମୀ ନିର୍ବାଚନରେ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ଜନସାଧାରଣ ଙ୍କୁ ୫ – ଟି ଅଧ୍ୟକ୍ଷ ନିବେଦନ କରିଥିଲେ।ଦିଗପହଣ୍ଡି ଅଞ୍ଚଳରେ ଯେତେସବୁ ବିକାଶ ମୁଳକ କାର୍ଯ୍ୟ ହୋଇଛି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ।ତାଙ୍କ ପ୍ରେରଣାରେ ସେ କାର୍ଯ୍ୟକରି ଚାଲିଛନ୍ତି।ବିଜେଡି ସରକାରଙ୍କ ବିକାଶ ମୁଳକ କାର୍ଯ୍ୟ ଦେଖି ବିଜେପି ଅସ୍ତବ୍ୟସ୍ତ ହୋଇ ପଡୁଛି।ଏଥିପାଇଁ ବିଜେପିର ଏକ କୁଚକ୍ରୀ ଗୋଷ୍ଠୀ ବିଜୁସ୍ବାସ୍ଥ୍ୟ କାର୍ଡ(ବିଏସକେୱାଇ)ଯୋଜନା କୁ ବନ୍ଦ କରିଦେବା ପାଇଁ ଷଡଯନ୍ତ୍ର ଚଳାଇଛନ୍ତି।ଏଣୁ ଏମାନଙ୍କୁ ଆପଣମାନେ ଚିହ୍ନି ରଖନ୍ତୁ। ଚଳିତ ନିର୍ବାଚନରେ ସେମାନଙ୍କୁ କଡାଜବାବ ଦେବା ପାଇଁ ସଭାରେ ଉପସ୍ଥିତ ମିଶନଶକ୍ତି ମହିଳା ମାନଙ୍କୁ ସେ ନିବେଦନ କରିଥିଲେ।ଦେଶରେ ଯୁବକ ମାନଙ୍କ ବେରୋଜଗାରୀ ସମସ୍ୟା ଉତ୍କଟ ଆକାର ଧାରଣ କରିଛି।ଏଭଳି ସ୍ଥିତିରେ ଗରୀବ ଶ୍ରେଣୀର ଯୁବକ ମାନଙ୍କୁ ଟାଟାରେ ଚାକିରି ଦେବା ନାଁରେ ବିଜେପି ସାଂସଦ ପ୍ରାର୍ଥୀ ତାଙ୍କ ଜ୍ୱାଇଁପୁଅଙ୍କ ସହାୟତା ରେ ଲକ୍ଷ,ଲକ୍ଷ ଟଙ୍କା ହଡପ କରିବା ଅଭିଯୋଗରେ ଜେଲ ଯାଇଥିବା ଜଣେ ଜନବିରୋଧି ନେତା ଙ୍କୁ ବିଜେପି ପ୍ରାର୍ଥୀ କରିଛି।ଏଣୁ ଆଗାମୀ ନିର୍ବାଚନରେ ତାଙ୍କୁ ଉଚିତ ଜବାବ ଦେବା ସହ ବିଜେପି ନେତୃତ୍ଵାଧୀନ ଜୁବଲାବାଜୀ ସରକାରଙ୍କୁ ହଟାଇବାକୁ ପଡିବ ବୋଲି ସାଂସଦ ପ୍ରାର୍ଥୀ ଭୃଗୁବକ୍ସି ପାତ୍ର ତାଙ୍କ ନିର୍ବାଚନୀ ଭାଷଣରେ ଜନତାଙ୍କୁ ନିବେଦନ କରିଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ଯୋଗୁଁ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ଗଞ୍ଜାମ ବିଜେଡି ସଭାପତି ହେବା ସହ ଦୁଇ,ଦୁଇ ଥର ବିଧାୟକ ଓ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ମଧ୍ୟ ଦଳରୁ ତଡାଖାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ସମାଲୋଚନା କରୁଥିବା ଏହି ନେତାଙ୍କ ଲେଖା ଛିଣ୍ଡାଇ ଦିଅ ବୋଲି ବିପ୍ଳବ ପାତ୍ର ତାଙ୍କ ଭାଷଣରେ ବିଜେଡି କର୍ମୀ,ସମର୍ଥକ ମାନଙ୍କୁ ଆହ୍ୱାନ ଜଣାଇବା ସହ ତାଙ୍କ ବାପାଙ୍କ ରାସ୍ତାକୁ ଅନୁସରଣ କରି ସେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିକାଶର ଧାରାକୁ ତ୍ୱରାନିତ କରିବେ ବୋଲି ବିପ୍ଳବ ପାତ୍ର ଜନତାଙ୍କ ଆଗରେ ପ୍ରତିଶୃତି ଦେଇଥିଲେ ।ନିର୍ବାଚନ ସଭା ଶେଷ ହେବା ପରେ ଏତେ ପ୍ରଚଣ୍ଡ ଖରାରେ ଘଣ୍ଟା,ଘଣ୍ଟା ଧରି ତାଙ୍କୁ ଅପେକ୍ଷା କରିବା ସହ ଆଜିର ନିର୍ବାଚନୀ ସଭାକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଳକର ସମସ୍ତ ସରପଞ୍ଚ,ସମିତିସଭ୍ୟ ଓ ବିଜେଡିର ଛାମୁଆ କର୍ମୀ ମାନଙ୍କୁ ନେଇ ଆଗାମୀ ନିର୍ବାଚନୀ ରଣନୀତି ସମ୍ପର୍କରେ ମନ୍ତ୍ର ଦେଇଥିଲେ। ସମାବେଶରେ କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଳକର ୧୫ ହଜାର ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ,ସମର୍ଥକ ଓ ମିଶନଶକ୍ତି ମହିଳା ମାନେ ଯୋଗଦେଇଥିଲେ।


