ବାଲେଶ୍ବର ସଦର ନିର୍ବାଚନ ମଣ୍ତଳୀ ପରିଖି ଗ୍ରାମପଞ୍ଚାୟତରେ ବିଜେଡ଼ିର ମିଶ୍ରଣପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳ ପକ୍ଷରୁ ସେତିକି ପରିମାଣର ମିଶ୍ରଣ ପର୍ବ ମଧ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି ସଦର ନିର୍ବାଚନମଣ୍ଡଳିର ପରିଖି ପଂଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ ଅନ୍ୟ ଦଳରୁ ଆସିଥିବା ୱାର୍ଡ ମେମ୍ବର ସେକ୍ ଏତାବୁଲ, ବରିଷ୍ଠ କର୍ମୀ ଶୁସାନ୍ତ ମହାନ୍ତି, ଅନନ୍ତ ମହାନ୍ତି, ସୁବ୍ରତ ଗିରି, ଶିବପ୍ରସାଦ ଦାସ, ଜୟନାଲ ସାହା, ମୁକ୍ତେଶ୍ବର ମିଶ୍ର ଏବଂ ଦଳୀୟ କର୍ମୀମାନଙ୍କୁ ଫୁଲତୋଡ଼ା ଓ ଶଙ୍ଖ ଚିହ୍ନ ଥିବା ଉତରୀୟ ଦେଇ ସ୍ୱାଗତ କରିଥିଲେ । ବିଧାୟକ କହିଥିଲେ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ଗ୍ରାମାଂଚଳରେ କାର୍ଯ୍ୟକାରୀ କରିବା ଦିଗରେ ନୂତନ କର୍ମୀମାନେ ସହଯୋଗ କରିବା ଆବଶ୍ୟକ । ଗ୍ରାମାଂଚଳର ବିକାଶ ହେଲେ ରାଜ୍ୟର ତଥା ଦେଶର ବିକାଶ ହୋଇପାରିବ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡ଼ିର ସଦର ନିର୍ବାଚନମଣ୍ଡଳି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଅନୁରୋଧ କରିଥିଲେ ।କାର୍ଯ୍ୟକ୍ରମରେ ସଦର ବ୍ଲକ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା, ବିଜେଡ଼ି ପରିଖି ଗ୍ରାମପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ସୁନୀଲ ସେଠୀ, ବରିଷ୍ଠ କର୍ମୀ ଇଂ ଭରତ କୁମାର ସାହୁ, ବିଜେଡ଼ି ଯୁବ ସଭାପତି ରାକେଶ ଗିରି, ସମିତି ସଭ୍ଯ ରାମଚନ୍ଦ୍ର ସିଂ, ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ।