ଘଣ୍ଟାଏ ବର୍ଷାରେ ଜଳମଗ୍ନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଗତକାଲି ସଂଧ୍ୟାରେ କାଳବୈଶାଖୀ ବର୍ଷାରେ ଆର. ଉଦୟଗିରି ବ୍ଲକ ସଦର ମହକୁମା ଠାରୁ କେବଳ ୩ କିମି ଦୂର ଗୁରୁଣାଘାଟି ରାସ୍ତାରେ ଆଣ୍ଠୁଏ ପାଣି ଜମିଗଲା। ଫଳରେ, ନିକଟସ୍ଥ ପୋଡ଼ାସିଙ୍ଗି ଗ୍ରାମର ୧୨ ପରିବାର ସଦର ମହକୁମା ଠାରୁ ୩ ଘଣ୍ଟା କାଳ ଅଲଗା ହୋଇଗଲେ | ଏଠାରେ ଏକ କଲଭର୍ଟ ନିର୍ମାଣ କରି ବର୍ଷା ପାଣିକୁ ଜମିକୁ ଛାଡ଼ିବା ସକାଶେ ଏଠିକାର ବାସିନ୍ଦା ବାରମ୍ବାର ନିବେଦନ କରୁଛନ୍ତି ତଥାପି ଶବରପଲ୍ଲୀ ପଞ୍ଚାୟତ କର୍ମକର୍ତ୍ତା ଅବା ବ୍ଲକ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି। ନେ ଏଥର ବର୍ଷାଦିନ ଆସିବା ପୂର୍ବରୁ ଅନ୍ତତଃ ଏହି ରାସ୍ତାରେ କଲଭର୍ଟଟିଏ ନିର୍ମାଣ କରାଗଲେ ସେ ଦୁଃଖ ଦୂର ହେବ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି ।ଜିଲ୍ଲା ପ୍ରଶାସନ କନଭ୍ରମଣ କନଭର୍ଟ ନିର୍ମାଣ ପାଇଁ ଅତି ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି.


