ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ୨୮ନଂ ଜୋନରେ ବିଜେଡିର ବିଶାଳ ସାଧାରଣ ସଭା
ବାଲେଶ୍ୱର, (ସରୋଜ ପଣ୍ଡା):୨୮ନଂ ଜୋନର ହଳଦୀପଦା ମହୋତ୍ସବ ପଡିଆରେ ବିଜେଡିର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହି ସାଧାରଣ ସଭାରେ ବାଲେଶ୍ବର ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ବରଦା ପ୍ରସନ୍ନ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସଦର ବିଧାୟକ ସ୍ବରୂପ ଦାସ ଯୋଗଦେଇ ଉପ ନିର୍ବାଚନ ସମୟରେ ନବୀନ ବାବୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେବା ସହ ୧୮୦୦ କୋଟି ଟଙ୍କାର ପ୍ରକଳ୍ପର କାର୍ଯ୍ୟ ସାଡେ ତିନି ବର୍ଷରେ ହୋଇ ପାରିଛି।ଜନତା ଜାଣିଛନ୍ତି କିଏ ଜିତିଲେ ଓଡ଼ିଶାର ବିକାଶ ହେବ।ଏହି ସଭାରେ ସାଂସଦ ପାର୍ଥିନୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ନାରୀଙ୍କୁ ସମ୍ମାନ ଦିଅନ୍ତି ସେଥିପାଇଁ ଓଡ଼ିଶାର ନାରୀ ସମାଜ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି କିନ୍ତୁ ଅନ୍ୟ ଦଳ ତାହା କରିବା ତ ଦୂର କଥା ସେମାନେ କେବଳ ମିଛ ପ୍ରଚାର କରିବା ସହ ଜନତାଙ୍କୁ ବିଭ୍ରାନ୍ତି କରନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରଂଜନ ବାଗ,ସଦର ବ୍ଲକ ଅଧ୍ୟକ୍ଷ ସୁନିତା ବେହେରା, ୨୮ନଂ ଜିଲ୍ଲାପରିଷଦ ସଞ୍ଜୟ କୁମାର ସେଠୀ, ହଳଦୀପଦା ସରପଞ୍ଚ ଶ୍ରୀ ବରେନ୍ଦ୍ର ସେଠୀ, ରାଇସୁଆଁ ସରପଞ୍ଚ ଅଜିତ୍ ମହାପାତ୍ର, ଶ୍ରୀରାମପୁର ସରପଞ୍ଚ ଲକ୍ଷ୍ମୀକାନ୍ତ ଜେନା, ରସୁଲପୁର ସମିତିସଭ୍ଯ ରାଜୀବଲୋଚନ ବେହେରା, ରାଇସୁଆଁ ସମିତି ସଭ୍ଯ ଦୀପକ ଜେନାପ୍ରମୁଖ ଯୋଗଦେଇ ଥିବା ବେଳେ ହଳଦୀପଦା ବାଇପାସରୁ ଏକ ବିଶାଳ ଶୋଭାଯାତ୍ରାରେ ସାଂସଦ ଓ ବିଧାୟକ ପାର୍ଥିଙ୍କୁ ସଭା ସ୍ଥଳରେ ନିଆଯାଇଥିଲା।ଏହି ଅବସରରେ ଅଭିନେତା ଶୁଭାଶିଷ, ଅଭିନେତ୍ରୀ ଜିନା,ଲିପ୍ସା ଏବଂ ହାସ୍ୟ ଅଭିନେତା ପ୍ରଗ୍ୟାଂ ପ୍ରମୁଖ ଦଳୀୟ ପାର୍ଥିଙ୍କ ପାଇଁ ପ୍ରଚାର କରିଥିଲେ।