ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସରେ ଅଶ୍ୱତ୍ଥ ବୃକ୍ଷ ସଂରକ୍ଷଣକୁ ନେଇ ସଚେତନତା କାର୍ଯ୍ୟକ୍ରମ
ବ୍ରହ୍ମପୁର,(ଅନିଲ କୁମାର):ଅନ୍ତର୍ଜାତୀୟ ଜୈବ ବିବିଧତା ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ରାମନାଥ ରଜନୀ ଇନଷ୍ଟିଚ୍ୟୁଟ ଅଫ ସ୍କୋଲାର୍ସରେ (ଆରଆରଆଇଏସଇ) ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଅଶ୍ୱତ୍ଥ ବୃକ୍ଷର ଆବଶ୍ୟକତା ଏବଂ ଏହାର ଗୁରୁତ୍ୱ ଉପରେ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ସେମାନଙ୍କ ଗୃହର ଛାତ, ପାଚେରୀ ଏବଂ ବାହାର ନାଳରେ ଅନାବଶ୍ୟକ ସ୍ଥାନରେ ବଢିଥିବା ଅଶ୍ୱତ୍ଥ ଚାରା ଗୁଡିକୁ ସଂଗ୍ରହ କରି ବ୍ରହ୍ମପୁର ସବୁଜ ବାହିନୀ ପ୍ରଦାନ କରିଥିଲେ ଯାହାକି ଆଗାମୀ ଦିନରେ ଏହି ଚାରା ଗୁଡିକ ଅନ୍ୟ ସ୍ଥାନରେ ସଙ୍ଗଠନ ଦ୍ୱାରା ରୋପଣ କରାଯିବ।
ପ୍ରତିବର୍ଷ ୨୨ ମଇରେ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ (ଆଇଡିବି) ପାଳନ ହେଉଅଛି । ‘ଜୈବ ବିବିଧତା’ ଶବ୍ଦର ବ୍ୟବହାର ପ୍ରଥମେ ୧୯୮୫ରେ ଆରମ୍ଭ କରାଯାଇଥିଲା | ଜୈବ ବିବିଧତା କହିଲେ ବିବିଧ ପ୍ରକାରର ଉଦ୍ଭିଦ, ପ୍ରାଣୀ ଅଣୁ ଜୀବ ଇତ୍ୟାଦି କୁ ବୁଝାଏ। ସ୍ଥାନୀୟ ଭାବରେ, ଏକ ଅଞ୍ଚଳରେ, ଏକ ଦେଶର ବିଭିନ୍ନ ସ୍ଥାନରେ ବିବିଧ ପ୍ରକାରର ଉଦ୍ଭିଦ ଏବଂ ପ୍ରାଣୀ ସେଠାକାର ଜଳବାୟୁ ଅନୁସାରେ ବିବିଧ ପରିସଂସ୍ଥାର ପରିଚୟ ସୃଷ୍ଟି କରିଥାଆନ୍ତି। ୨୦୨୨ର ଏକ ଆକଳନ ଅନୁସାରେ, ଯାହା ୩୦୦୦ ରୁ ଅଧିକ ବିଶେଷଜ୍ଞଙ୍କ ଉପରେ ସର୍ଭେ କରିଥିଲା, ୧୫୦୦ ବର୍ଷ ତୁଳନାରେ ପ୍ରାୟ ୩୦ % ବିବିଧ ଜୀବ ଜାତି ବିପଦଗ୍ରସ୍ତ ହୋଇ ବିଲୁପ୍ତ ହୋଇଯାଇଛନ୍ତି।” ପ୍ରାକୃତିକ ବାସସ୍ଥାନ ନଷ୍ଟ, ଅଯଥା ବିକାଶମୂଳକ କାର୍ଯ୍ୟକଳାପ, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ଜୈବ ବିବିଧତା ସମ୍ବଳର ଅତ୍ୟଧିକ ଶୋଷଣ ଇତ୍ୟାଦି ହେଉଛି ଏହାର କାରଣ ସରକାର, ଆଦିବାସୀ ଏବଂ ସ୍ଥାନୀୟ ସମ୍ପ୍ରଦାୟ, ଅଣ-ସରକାରୀ ସଂଗଠନ, ଆଇନଜୀବୀ, ବ୍ୟବସାୟ ଏବଂ ବ୍ୟକ୍ତିବିଶେଷ ଜୈବ ବିବିଧତା ପୁନରୁତ୍ଥାନ ଯୋଜନାର କାର୍ଯ୍ୟକାରିତାକୁ କିପରି ସମର୍ଥନ କରୁଛନ୍ତି ତାହା ଆଲୋକିତ କରିବାକୁ ଉତ୍ସାହିତ କରାଯାଏ | ଏଥିରେ ସମସ୍ତଙ୍କର ଏକ ଭୂମିକା ରହିଛି, ତେଣୁ ଯୋଜନାର ସେମାନେ ଅଂଶିଦାର ହୋଇପାରନ୍ତି | ଏହି ପରିପ୍ରେକ୍ଷିରେ ବୁଧବାର ପାଳନ କରାଯାଉଥିବା ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ଉପସଭାପତି ଏମ ଦିଲ୍ଲୀପ କୁମାର, ସମ୍ପାଦକ ଏ ପ୍ରକାଶ, ପି ବିନୋଦ, କେ ସୁଶୀଲ କୁମାର, ସାଗର କୁମାର ପ୍ରସାଦ, ପ୍ରବୀଣ ନାୟକଙ୍କ ପ୍ରମୁଖ ସଦସ୍ୟ ସମେତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।