ଭିନ୍ନ ଭିନ୍ନ ଦଳ ଛାଡି ବିଜେଡ଼ି ରେ ମିଶିଲେ ୨୦୦ରୁ ଉର୍ଦ୍ଧ୍ବ ଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡ ତରତରା ଠାରେ ଭିନ୍ନ ଭିନ୍ନ ଦଳ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ୨୦୦ ରୁ ଉର୍ଦ୍ଧ ଲୋକ। ଆନନ୍ଦପୁର ନିର୍ବାଚନମଣ୍ଡଳୀ କାଠକଟା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସମେତ ୨୦୦ ରୁ ଉର୍ଦ୍ଧ ସମର୍ଥକ ବିଜେପି ଓ କଂଗ୍ରେସଦଳ ଛାଡି ବିଜେଡି ରେ ସାମିଲ ହୋଇଛନ୍ତି। ସମାଜସେବୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠି, ଯୁବନେତା ଦେବପ୍ରିୟ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଜିତେନ୍ଦ୍ର ସାମଲ, ବ୍ଲକ ବିଜେଡି ସଭାପତି ରାମଚନ୍ଦ୍ର ପଲେଇ ପ୍ରମୁଖ ନୂତନ କରି ସାମିଲ ହୋଇଥିବା କର୍ମୀ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି। ଏହି ମିଶ୍ରଣ ପରେ କାଠକଟା ପଞ୍ଚାୟତରେ ବିଜୁ ଜନତା ଦଳ ଆହୁରି ସୁଦୃଢ ହେବ ବୋଲି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ମତପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ