କଂଗ୍ରେସ ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥସ୍ୱରୂପ ଓ ବିଧାୟକ ପ୍ରାର୍ଥୀ ସିପ୍ରାଙ୍କ ରୋଡ ସୋ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ସିଦ୍ଧାର୍ଥସ୍ୱରୂପ ଦାଶ ଓ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ସିପ୍ରା ମଲ୍ଲିକ ଆଜି କେନ୍ଦ୍ରାପଡା ସହରରେ ରୋଡ ସୋ କରିଛନ୍ତି । ଏକ ବିଶାଳ ବାଇକ ରାଲିରେ ଉଭୟ କଜଳାସ୍ଥିତ କଂଗ୍ରେସ ଭବନରୁ ବାହାରି ମହିପାଳ, ବଣିଆମାଳ, ନୂଆବସଷ୍ଟାଣ୍ଡ, ବାଲାବାବା ଛକ, କାକଟ, ବଡହାଟ, ଫକିରାବାଦ, ମାଧପୁର, ଜୟୀପୁରା, ପୁରୁଣା ଡାକ୍ତରଖାନା ଛକ ସୁନାଇଲୋ, ଏକଣାଖଣ୍ଡୀ, ସାନ୍ତସାହି, ମଢିଆଳ, ବଳଗଣ୍ଡୀ ଓ ସୁଇପର କଲୋନୀ ପ୍ରଭୃତି ଅଞ୍ଚଳ ପରିକ୍ରମା କରି କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହିତ ଆଗାମୀ ଜୁନମାସ ପହିଲାରେ ସାଂସଦ ପ୍ରାର୍ଥୀ ଶ୍ରୀ ଦାଶ ଓ ବିଦାୟକ ପ୍ରାର୍ଥୀ ଶ୍ରୀମତୀ ମଲ୍ଲିକଙ୍କୁ ହାତ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି ବାଇକ ରାଲିରେ ଉଭୟ ପ୍ରାର୍ଥୀଙ୍କ ସହିତ ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀ, ନବ ନିଯୁକ୍ତ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଭାଗିରଥୀ ଜେନା, ଯୁବ କଂଗ୍ରେସର ଉମେଶ ପାଢୀ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ମହେଶ ପାଢୀଙ୍କ ସମେତ ୫ଶହରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ସମର୍ଥକମାନେ ସାମିଲ ହୋଇ କଂଗ୍ରେସ ଦଳର ସାଂସଦ ପ୍ରାର୍ଥୀ ଶ୍ରୀ ଦାଶ ଓ ବିଧାୟକ ପ୍ରାର୍ଥୀ ଶ୍ରୀମତୀ ମଲ୍ଲିକଙ୍କୁ ହାତ ଚିହ୍ନରେ ବହୁ ସଂଖ୍ୟାରେ ଭୋଟ ଦେବାକୁ ଲୋକମାନଙ୍କୁ ନିବେଦନ କରିବା ସହ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ରିଫ୍ଲେଟ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ