ପ୍ରଫେସର ସବିତା ପଟ୍ଟନାୟକଙ୍କ ସ୍ମୁତି ସଭା
ବ୍ରହ୍ମପୁର,(ଅନିଲ କୁମାର): ମହାମାୟୀ ମହିଳା ମହାବିଦ୍ୟାଳୟର ଖ୍ୟାତନାମା ଓଡ଼ିଆ ପ୍ରଫେସର୍ ସ୍ବର୍ଗତ ଡ଼ଃ.ସବିତା ପଟନାୟକଙ୍କ ତୃତୀୟ ଶ୍ରାଦ୍ଧ ଦିବସ ହାଇଦ୍ରାବାଦ ସ୍ଥିତ “ଅମନ୍ ଭେଦିକା ” (ଅର୍ଫାନେଜ୍ ହୋମ ଫର୍ ଗାର୍ଲ୍ ଚାଇଲ୍ଡ )ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅସହାୟ ଝିଅ ମାନଙ୍କ ସଶକ୍ତି କରଣ ପ୍ରତି ତାଙ୍କ ଅମାୟିକ ଉଦ୍ୟମ ଏବଂ ମହତ ଉଦ୍ଦେଶ୍ୟର ମର୍ମ ଗୁଡିକ ରେ ପ୍ରୋତ୍ସାହନ କରାଯାଇଥିଲା Iତାଙ୍କର ଏହି ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କ ଝିଆରୀ ଡ଼ଃ. ରୀନା ଦାସ,ଝିଆରୀ ଜ୍ୱାଇଁ ସୁବ୍ରତ ମହାନ୍ତି,ନାତି ଅରମାନ, ଓଡ଼ିଶା ଫୋଟୋଗ୍ରାଫିକ ଏସୋସିଏସନର ପ୍ରେସିଡେଣ୍ଟ ଗୌରୀ ମହାକୁଡ଼ ଏବଂ ଉଦିୟମାନ ଫୋଟୋଗ୍ରାଫର ଶ୍ରେୟାଙ୍କ ସହ, କିଓ ଲିସ ହାଇଦରାବାଦ ମେଟ୍ରୋ ରେଲର ବହୁ ଜନଗଣ୍ୟଙ୍କ ଉପସ୍ଥିତିରେ ସୁଚାରୁ ରୁପେ ସମ୍ପର୍ଣ୍ଣ ହେଇପାରିଛି I