ଜମ୍ମୁ-କଶ୍ମୀର ଆତଙ୍କୀ ହମ୍‌ଲାର କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜମ୍ମୁ-କଶ୍ମୀରର କଟ୍ରାରୁ ଶିବ ଖଡ଼ି ତୀର୍ଥ ଯାତ୍ରୀ ବସ୍‌ ଯାଉଥିବା ସମୟରେ ଜୁନ ୯ ତାରିଖରେ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ୧୦ ନିରୀହ ହିନ୍ଦୁଙ୍କ ଜୀବନ ଚାଲିଗଲା। ଏହି ଘଟଣାକୁ ସମଗ୍ର ଦେଶବାସୀ ନିନ୍ଦା କରିବା ସହ ସରକାର ଆତଙ୍କବାଦୀ ଦମନ କାର୍ଯ୍ୟକ୍ରମକୁ ଅଧିକ ଦୃଢ କରୁ ବୋଲି ବଜରଙ୍ଗ ଦଳ ଗଞ୍ଜାମ ଜିଲା ପକ୍ଷରୁ ଏକ ଦାବିପତ୍ର ଗୁରୁବାର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। ବଜରଙ୍ଗ ଦଳ ଏହି ଅଘଟଣରେ ମୃତ ହିନ୍ଦୁ ଯାତ୍ରୀଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ପରିବାର ପ୍ରତି ସହାୟ ହେବା ପାଇଁ ସରକାରଙ୍କୁ ନିବେଦନ କରିଛି। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯାଇ ଏକ ଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କ ଏଭଳି ଆକ୍ରମଣ ସେହି ଅଞ୍ଚଳକୁ ପୁଣି ଅଶାନ୍ତ ବାତାବରଣ ଆଡକୁ ଟାଣି ନେଉଛି ବୋଲି ଦଳର କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ