ଖୁଣ୍ଟେଶ୍ଵରୀ ପାହାଡ କୁ ଯିବାକୁ ଟେକ୍ସ ଆଦୟକୁ ନେଇ ଅସନ୍ତୋଷ
ସୋରଡା, (ରଜନୀକାନ୍ତ ମହାପାତ୍ର):ସୋରଡା ଖୁଣ୍ଟେଶ୍ଵରୀ ପାହାଡ ଉପରେ କୋଟି କୋଟି ତାଙ୍କ ଖର୍ଚ କରି ସରକାର ମନ୍ଦିର ଉନ୍ନତି କରୁଛନ୍ତି ଏପଟେ ମନ୍ଦିର ନାମ ରେ ଜୋରକରି କମିଟି ଟିକସ ଆଦାୟ କରୁଛି। ଯାହାକୁ ନେଇ ଏବ ଅଞ୍ଚଳ ବାସୀ ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ଆବଶ୍ୟକ ତଦନ୍ତ ଶୀଘ୍ର ହେବା ଦରକାର ବୋଲି ଏବେ ଦାବି ହେଉଛି। ସୋରଡ଼ା ରେ କିପରି ବେଆଇନ ଭାବେ ଟିକସ ଆଦାୟ କରାଯାଉଛି ତାହାର ଏକା ନମୁନା ଦେଖିବାକୁ ମିଳିଛି ସୋରଡା ଖୁଣ୍ଟେଶ୍ୱରି ପାହାଡ଼ ଉପରେ। ଖୁଣ୍ଟେଶ୍ଵରୀ ଓ ସିଦ୍ଧେଶ୍ଵର ମନ୍ଦିର ପାହାଡ ରେ ସମସ୍ତ ଉନ୍ନୟନ କାର୍ଯ୍ୟ ରାଜ୍ୟ ସରକାର ଙ୍କ ତରଫରୁ କରାଯାଉଛି । ଏସ ପି ଏଫ ଫଣ୍ଡ ରୁ ଲକ୍ଷ ଲକ୍ଷ ଟଙ୍କା ଅଣାଯାଇଛି, ପଂଚାୟତ ଫଣ୍ଡ ରୁ କାର୍ଯ୍ୟ ହେଉଛି, ଏନ ଏ ସି ତରଫରୁ ଆଲୋକି କରଣ ବ୍ୟବସ୍ଥା କରାଯାଇଛି, ଏବଂ ଏହି ପରି କୌଣସି ବିଭାଗ ନାହିଁ ଯେଉଁଥିରୁ ଟଙ୍କା ବିନିଯୋଗ ହେଉନି, ଏପରିକି ଗତ ବର୍ଷ ସି ଏମ ଏସ ଏ ଗ୍ରାଣ୍ଟ ରୁ ୧ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହା ବାଦେ ଏଠାରୁ ବେଆଇନ ଭାବେ ମନ୍ଦିର ଉନ୍ନତି ପାଇଁ ଟିକସ ଆଦାୟ କରାଯାଉଛି । ପ୍ରଶ୍ନ ହେଲା ସରକାରଙ୍କ ବ୍ୟତୀତ ଯଦି ଆଉ କିଏ ମନ୍ଦିର ନିର୍ମାଣ କରୁଛି, ତାହାହେଲେ ମନ୍ଦିର ନିର୍ମାଣ ପାଇଁ ପରିବେଶ ମନ୍ତ୍ରାଳୟ ଅନୁମତି ଅଣାଯାଇଛି କି, ପାହାଡ କାଟିବା ପାଇଁ ଜଙ୍ଗଲ ବିଭାଗ ଠାରୁ ଅନୁମତି ଅଣାଯାଇଛି କି, ଯେତିକି ନିର୍ମାଣ ହୋଇଛି ଏବଂ ପାହାଡ କଟାଯାଇଛି ସେଥିରୁ ବାହାରିଥିବା ମୁରୁମ ସବୁ କିଏ ନେଇଛି ଏଥିପାଇଁ ରାଜସ୍ୱ ବିଭାଗ ର ଅନୁମତି ନିଆଯାଇଛି କି, ଏହିପରି ଅନେକ ପ୍ରଶ୍ନ ରହିଛି ଏବଂ ଏହା ଯେ କେବଳ ମନ୍ଦିର କମିଟି ଦ୍ଵାରା କେବେ ବି ସମ୍ଭବ ନୁହଁ ତେଣୁ ଏଠାରେ ମନ୍ଦିର କମିଟି କାହିଁକି କେଉଁ ଆଧାର ରେ କୋଟି କୋଟି ଟଙ୍କା ସରକାର ଖର୍ଚ କରିଲା ପରେ ମଧ୍ୟ ମନ୍ଦିର ଉନ୍ନତି ନାମ ରେ ବେଆଇନ ଟିକସ ଆଦାୟ କରାଯାଉଛି ତାହା ଏକ ବଡ ଦୁର୍ନୀତି ଓ ଭ୍ରଷ୍ଟାଚର କୁ ଦର୍ଶାଉଛି। ଏ ସବୁ କୁ ଛାଡିଦେଲେ ଯଦି ଟିକସ ଆଦାୟ କରାଯିବ ସେଥିପାଇଁ ମନ୍ଦିର କମିଟି କୁ ସରକାରୀ ଅନୁମୋଦନ ଆବଶ୍ୟକ, ଏହା ଏକ ଟ୍ରଷ୍ଟ ହେବା ଦରକାର, ଏହି ଟ୍ରଷ୍ଟ ର ଏକାଉଣ୍ଟ କେଉଁ ବେଙ୍କ ରେ ରହିଛି, ଟ୍ରଷ୍ଟ ରେ କିଏ କିଏ ଅଛନ୍ତି, ଟ୍ରଷ୍ଟ ର କେଶ ବୁକ କେଉଁଠି ଅଛି, ଟ୍ରଷ୍ଟ ର କାର୍ଜ୍ୟାଳୟ କେଉଁଠି, ଟିକସ ଆଦାୟ କରିବା ପାଇଁ ସରକାର କେବେ ଅନୁମତି ଦେଇଛନ୍ତି, ଟିକସ ଆଦାୟ କରିବାକୁ ଏକ ଟେନ୍ଡର ପ୍ରକ୍ରିୟା ର ଆବଶ୍ୟକ ରହିଛି, କେବେ ହେଇଥିଲା ଟେନ୍ଡର, ଟ୍ରଷ୍ଟ ର ଅଧକ୍ଷ୍ୟ କିଏ ଅଛନ୍ତି, ଟ୍ରଷ୍ଟ ବୋର୍ଡ କେବେ ଅନୁମୋଦନ ଲାଭ କଲା, ସର୍ବସାଧାରଣ ସ୍ଥାନ ରୁ ଟେକ୍ସ ଆଦାୟ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ର ଅନୁମତି ଦରକାର ଏବଂ ଜାଗା ପର୍ଯ୍ୟଟନ ତାଲିକା ଭୁକ୍ତ ହେବା ଦରକାର ଏହା ବ୍ୟତୀତ ଏନ ଏ ସି କିମ୍ବା ମ୍ଯୁନିସିପାଲ୍ଟୀ ଟେକ୍ସ ଆଦାୟ କରିବାର କ୍ଷମତା ରଖିଛି। ସବୁ ନିୟମ କୁ ଛାଡି ବେଆଇନ ଭାବେ କାହିଁକି ଟିକସ ଆଦାୟ ହେଉଛି ଏବଂ ଆଜି ଯାଏଁ କାହିଁକି ପ୍ରଶାସନ ଏହା ବିରୋଧରେ ପଦକ୍ଷେପ ନେଇପାରୁନି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏହାଠାରୁ ଅଧିକ ଦୁର୍ଭାଗ୍ୟ ହେଲା ଯେ କିଛି ବୁଲା ବିକାଳି ନିଜର ପେଟ ପାଟଣା ପାଇଁ ଏଠାରେ ଠେଲା ଗାଡି ଧରି ବେପାର କରିଥାନ୍ତି । କିଏ ଆଇସକ୍ରିମ ବିକୁଛି ଆଉ କିଏ ଝାଲମୁଡି ବିକୁଛି। ଏମାନଙ୍କ ଠାରୁ ମଧ୍ୟ ପ୍ରତିଦିନ ୫୦ ଟଙ୍କା ଖୁଣ୍ଟେଶ୍ଵରୀ ପାହାଡ ଓ ସିଦ୍ଧେଶ୍ଵର ମନ୍ଦିର ନିର୍ମାଣ ନାମ ରେ ଆଦାୟ କରାଯାଉଛି। ଏନ ଏ ସି ର ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ରାସ୍ତା ନିର୍ମାଣ କରୁଛି ଏବଂ ରାସ୍ତା ଉପରେ ବ୍ୟବସାୟ ନାମ ରେ ଟିକସ ଆଦାୟ କରୁଛି ଖୁଣ୍ଟେଶ୍ଵରୀ ମନ୍ଦିର କମିଟି। ଖୁଣ୍ଟେଶ୍ଵରୀ ପାହାଡ ସର୍ବସାଧାରଣ ସ୍ଥାନ ଏବଂ ଏଠାରେ ଥିବା ମନ୍ଦିର ଦର୍ଶନ ସମସ୍ତଙ୍କ ଅଧିକାର ଏହା ସତ୍ବେ ମଧ୍ୟ ପାହାଡ ଉପରକୁ ପାହଚ ଦେଇ ଯିବା ରାସ୍ତା କୁ ଜବରଦସ୍ତ ବନ୍ଦ କରାଯାଇଛି। ଏହି ପରି ମଦନିର କମିଟି ର ଏକଛତ୍ରବାଦ ଶାସନ ବିରୋଧରେ କାହିଁକି ପ୍ରଶାସନ ପଦକ୍ଷେପ ନେଇପାରିନି ଏବଂ ଏହା ପଛରେ ପ୍ରଶାସନ ଅଧିକାରୀ ଙ୍କ କଣ ଯେ ଏତେ ଦୁର୍ବଳତା ରହିଥିଲା ତାହା ଏକ ପ୍ରଶ୍ନ। ଏହି ସବୁ ବିରୋଧରେ ପଦକ୍ଷେପ ଶୀଘ୍ର ନିଆଯିବା ଦରକାର ଏବଂ ଲୋକଙ୍କୁ ଟିକସ ଫ୍ରି କରି ପାହାଡ ଉପରକୁ ଯିବାକୁ ଅନୁମତି ଦେବା ଦରକାର ଯଦି ଏହିପରି ଶୀଘ୍ର କରାନଯାଏ ତେବେ ଏହା ରାଜ୍ୟସରକାର ଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯିବା ସହ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯିବ।


