ସାରସ୍ୱତ ପ୍ରତିଭାଧାରୀ ଡ. ପ୍ରଦୀପଙ୍କୁ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ନାଗରିକ ମହାମଂଚର ସାଧାରଣ ସଂପାଦକ, ମଦମୁକ୍ତ ଅଭିଯାନ, ଓଡ଼ିଆ ଭାଷା ଓ ସୀମା ଆନ୍ଦୋଳନର ମହାନ ଯୋଦ୍ଧା, ବିଶିଷ୍ଟ ସମାଜସେବୀ ଡ. ପ୍ରଦୀପ କୁମାର ବିଶ୍ୱାଳଙ୍କ ୫୦ତମ ଜନ୍ମ ଦିବସ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଓଡ଼ିଶା ନାଗରିକ ମହାମଂଚ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ବାଗ୍ନୀ ତଥା ଓଡ଼ିଶା ନାଗରିମ ମହାମଂଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ପ୍ରଦୀପ କୁମାର ବିଶ୍ୱାଳଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିବା ସହିତ ମହାମଂଚ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ବିଭିନ୍ନ ସାରସ୍ୱତ ସଂଗଠନ ପକ୍ଷରୁ ସମାଜସେବା କ୍ଷେତ୍ରରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମଦମୁକ୍ତି ଅଭିଯାନ, ସୀମା ସୁରକ୍ଷା ପାଇଁ ଲଢ଼େଇ ଓ ଓଡ଼ିଆ ଭାଷା ପାଇଁ ଲଢ଼େଇ ଏବଂ ବ୍ୟାପକ ପ୍ରଚାରପ୍ରସାର ସହିତ ସମାଜରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଦୀର୍ଘ ୩୦ ବର୍ଷ ଧରି ସେ କାର୍ଯ୍ୟ କରିଆସୁଥିବାନେଇ ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ପୂଜ୍ୟପୂଜା ପ୍ରାଣ କମାଣ୍ଡର ସାମଲ, ଦେବାଶିଷ ରାଉତ, ସଂଯୋଜକ ନାରାୟଣ ଓଝା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ