ପାରଳା ମହାରାଜା ହାଇସ୍କୁଲ ତରଫରୁ ସେବା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡସ, ଭୁବନେଶ୍ଵର ଆନୁକୂଲ୍ୟରେ ଗଜପତି ଜିଲ୍ଲା ଭାରତ ସ୍କାଉଟସ ଏବଂ ଗାଇଡସ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ଉଦଘାଟନ କରିଥିଲେ।ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ,ଜିଲ୍ଲା ଗାଇଡ୍ସ କମିଶନର ଏସ ମଣିମାଳା, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନସ୍ଵିନି ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାର ଭାରପ୍ରାପ୍ତ କ୍ରୀଡା ନିରୀକ୍ଷକ ତଥା ଜିଲ୍ଲା ଭାରତ ସ୍କାଉଟସ ଏବଂ ଗାଇଡସ ସମ୍ପାଦକ ସୁରେନ୍ଦ୍ର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ ରବି କୁମାର, ସ୍କାଉଟସ ମାଷ୍ଟର ଧୀରେନ୍ଦ୍ର ସାମଲ,ପ୍ରିୟଦର୍ଶୀ ମିଶ୍ର , ତପସ୍ଵିନୀ ପଣ୍ଡା,ପରମେଶ୍ବର ନାୟକ, ଅଜୟ ବିଶ୍ଵାଳ, କିଶୋର ଦାସ,ମିଶାଲ ଗୁନୟା, ଯୋଛୋନା ରଇତ, ପ୍ରକାଶ ବର୍ଦ୍ଧନ,ଦିଲେଶ୍ୱର୍ ତୃନ୍, ପ୍ରଦୀପ ସାମଲ ପ୍ରମୁଖଙ୍କ ସହଯୋଗରେ ଆୟୋଜିତ ସେବା ଶିବିରରେ ମିଠା ଖେଚୁଡ଼ି, ଓ ଆର ଏସ ଜଳ, ପାନୀୟ ଜଳ ବଣ୍ଟନ କରାଯାଇଥିଲା ଏବଂ ଭକ୍ତ ମାନଙ୍କୁ ଗରମରୁ ଲାଘବ କରିବା ଉଦ୍ଦେଶ୍ୟ ରେ ପାଣି ଛିଞ୍ଚନ କରାଯାଇଥିଲା। ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ର ଚିଫ କମିଶନର ତଥା ନେସନାଲ ଭାଇସ ପ୍ରେସିଡେଣ୍ଟ ଡ କାଲି ପ୍ରସାଦ ମିଶ୍ର ଙ୍କ ନିର୍ଦେଶ କ୍ରମେ ଏହି ସେବା ଶିବିର ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ଚାଲୁରହିବ ବୋଲି ଜଣାଯାଇଛି।j. ୭.୦୭. ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡସ, ଭୁବନେଶ୍ଵର ଆନୁକୂଲ୍ୟରେ ଗଜପତି ଜିଲ୍ଲା ଭାରତ ସ୍କାଉଟସ ଏବଂ ଗାଇଡସ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ଉଦଘାଟନ କରିଥିଲେ।ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ,ଜିଲ୍ଲା ଗାଇଡ୍ସ କମିଶନର ଏସ ମଣିମାଳା, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନସ୍ଵିନି ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାର ଭାରପ୍ରାପ୍ତ କ୍ରୀଡା ନିରୀକ୍ଷକ ତଥା ଜିଲ୍ଲା ଭାରତ ସ୍କାଉଟସ ଏବଂ ଗାଇଡସ ସମ୍ପାଦକ ସୁରେନ୍ଦ୍ର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ ରବି କୁମାର, ସ୍କାଉଟସ ମାଷ୍ଟର ଧୀରେନ୍ଦ୍ର ସାମଲ,ପ୍ରିୟଦର୍ଶୀ ମିଶ୍ର , ତପସ୍ଵିନୀ ପଣ୍ଡା,ପରମେଶ୍ବର ନାୟକ, ଅଜୟ ବିଶ୍ଵାଳ, କିଶୋର ଦାସ,ମିଶାଲ ଗୁନୟା, ଯୋଛୋନା ରଇତ, ପ୍ରକାଶ ବର୍ଦ୍ଧନ,ଦିଲେଶ୍ୱର୍ ତୃନ୍, ପ୍ରଦୀପ ସାମଲ ପ୍ରମୁଖଙ୍କ ସହଯୋଗରେ ଆୟୋଜିତ ସେବା ଶିବିରରେ ମିଠା ଖେଚୁଡ଼ି, ଓ ଆର ଏସ ଜଳ, ପାନୀୟ ଜଳ ବଣ୍ଟନ କରାଯାଇଥିଲା ଏବଂ ଭକ୍ତ ମାନଙ୍କୁ ଗରମରୁ ଲାଘବ କରିବା ଉଦ୍ଦେଶ୍ୟ ରେ ପାଣି ଛିଞ୍ଚନ କରାଯାଇଥିଲା। ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ର ଚିଫ କମିଶନର ତଥା ନେସନାଲ ଭାଇସ ପ୍ରେସିଡେଣ୍ଟ ଡ କାଲି ପ୍ରସାଦ ମିଶ୍ର ଙ୍କ ନିର୍ଦେଶ କ୍ରମେ ଏହି ସେବା ଶିବିର ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ଚାଲୁରହିବ ବୋଲି ଜଣାଯାଇଛି।


