ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଗ୍ରଣୀ ସାମାଜିକ ସଂଗଠନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ କେଶୁରା ଗ୍ରାମର ତାରିଣୀ ମନ୍ଦିର ସମେତ ବିଭିନ୍ନ ସାର୍ବଜନୀନ ସ୍ଥାନରେ ବୃକ୍ଷରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ‘ମାଙ୍କ ନାମରେ ଗଛଟିଏ’ ଯୋଜନାରେ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ବୃକ୍ଷ ରୋପଣ କରିଥିଲେ । ଏହା ସହିତ ବିଶ୍ୱତାପନ ପ୍ରଭାବରୁ ପୃଥିବୀ ତଥା ମାନବ ସମାଜକୁ ରକ୍ଷା କରିବା ନିମନ୍ତେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ଅବସରରେ ସ୍ଥାନୀୟ ଯୁବକମାନେ ମଧ୍ୟ ସାମିଲ୍ ହୋଇ ଆଗ୍ରହ ପ୍ରକାଶ ପୂର୍ବକ ବୃକ୍ଷରୋପଣ କରିଥିଲେ ।ଅନୁଷ୍ଠାନର ଅଧ୍ୟକ୍ଷ, ବିଶିଷ୍ଟ ସମାଜସେବୀ ଡଃ ବିପିନ ବିହାରୀ ମିଶ୍ର ତଥା ସମ୍ପାଦିକା ଡଃ ସୁକାନ୍ତି ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୃକ୍ଷରୋପଣ ମହୋତ୍ସବରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାବୃନ୍ଦ ଯୋଗଦେଇ ଆଗାମୀ ଦିନରେ ଏହି ଅଭିଯାନକୁ ଫଳପ୍ରଦ କରିବାକୁ ଶପଥ ଗ୍ରହଣ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରବିନ୍ଦ୍ରନାଥ ରାଉତରାୟ, ଓଡ଼ିଶା କାର୍ଯ୍ୟକାରୀ ସମେତ ଅଶୋକ କୁମାର ମହାପାତ୍ର, ଗୋଲକ ବିହାରୀ ସିଂହଙ୍କ ସମେତ ପରିଚାଳନା ନିର୍ବାହୀ ସଞ୍ଜୟ କର, ମିଲନ ପ୍ରଧାନ ସକ୍ରିୟ ସଦସ୍ୟ ବାଳକୃଷ୍ଣ ରାଉତ, ସଞ୍ଜୟ ମହାକୁଡ଼, ସୁବାସ ଚନ୍ଦ୍ର ରଥ, ସନ୍ଦିପ ମହାନ୍ତି, ଦିବ୍ୟଜ୍ୟୋତି ସାହୁ, ପ୍ରୟଦର୍ଶନ ମହାପାତ୍ର, ଲିଙ୍ଗରାଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ