ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାନ ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ଅବସରରେ ସମାଜ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଠାରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ 40ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଲୋକସେବକ ମଣ୍ଡଳ ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର ୟୁରୋ ସ୍କୁଲ ମୁଖ୍ୟ ତଥା ଆଇନଜୀବି ରଞ୍ଜନ କୁମାର ମହାପାତ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସମାଜସେବୀ ସୁଧୀର କୁମାର ପାଢ଼ୀ, ପୂର୍ବତନ ସେନା କର୍ମଚାରୀ ଅଶୋକ ସାମନ୍ତ, ଆଡଭୋକେଟ ତ୍ରିଲୋଚନ ରେଡ୍ଡୀ, ପି ଧର୍ମା ରେଡ୍ଡୀ ଓ ବ୍ରଜମୋହନ ଆଚାର୍ଯ୍ୟ, ଓଡିଶା ଜୀବିକା ମିଶନ ର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଓ ଅଟଳ ବିହାରି ପଟ୍ଟନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଛତ୍ରପୁର ବ୍ଲକ ସମାଜ ପ୍ରତିନିଧି ସରୋଜ ସାମଲ ଓ ଗଞ୍ଜାମ ବ୍ଲକ ସମାଜ ପ୍ରତିନିଧି ଶବର ତରାଇ ଶିବିର କୁ ପରିଚାଳନା କରିଥିଲେ । ଏମକେସିଜି ମେଡିକାଲ ରକ୍ତଭଣ୍ଡାର ଡାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ଛତ୍ରପୁର ଓ ଗଞ୍ଜାମ ପ୍ରେସ କ୍ଳବର କର୍ମକର୍ତ୍ତା ଓ ସଦସ୍ୟ ସମେତ ସମାଜ ବ୍ରହ୍ମପୁର ସଂସ୍କରଣର ବ୍ୟୁରୋ ମୁଖ୍ୟ ଜାନକିକାନ୍ତ ପଟ୍ଟନାୟକ, ସହ -ସମ୍ପାଦକ ବିଶ୍ୱଜିତ୍ ସାହୁ, ବ୍ରହ୍ମପୁର ପ୍ରତିନିଧି ବିନୋଦ ପ୍ରଧାନ, ମହିଳା ସମାଜସେବୀ ବିଷ୍ଣୁପ୍ରିୟା ପ୍ରଧାନ, ଉଷାରାଣୀ ବେହେରା, ବନିତା ପ୍ରଧାନ, ଅନିତା ଦାସ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ