ଶ୍ରୀବଳଦେବଜୀଉଙ୍କୁ ଚୂଡାଘଷା ଭୋଗ ଅର୍ପଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପବିତ୍ର ବାହୁଡା ଯାତ୍ରାରେ ବ୍ରହ୍ମତାଳଧ୍ୱଜ ରଥାରୂଢ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ ପାରମ୍ପରିକ ଚୂଡାଘଷା ଭୋଗ ଅର୍ପଣ କରାଯାଇଛି । ବଳଦେବଜୀଉଙ୍କ ରଥଦାଣ୍ଡରେ କୈବର୍ତ୍ତ ସାହି କମାରଖଣ୍ଡି ଛକରେ ରଥ ରହିବା ସମୟରେ କୈବର୍ତ୍ତ ସମାଜ ପକ୍ଷରୁ ପ୍ରସ୍ତୁତ ଚୂଡାଘଷା ଭୋଗକୁ ମାହାଲ ପଣ୍ଡା ନୃସିଂହ ପ୍ରସାଦ ପତ୍ରୀ ରୀତିନୀତିର ସହ ପୂଜାର୍ଚ୍ଚନା କରି ଶ୍ରୀଜୀଉମାନଙ୍କୁ ଅର୍ପଣ କରିଥିଲେ । ଏହି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କୁଳମଣୀ ବେହେରା, ବ୍ରହ୍ମାନନ୍ଦ ବେହେରା, ଦିବାକର ବେହେରା, ସଦାନନ୍ଦ ବେହେରା, ଅଶୋକ ବେହେରା, ଧିରେନ୍ଦ୍ର ବେହେରା, ସୁରେନ୍ଦ୍ର ବେହେରା, ଦିଲ୍ଲୀପ ମହାପାତ୍ର, ସଞ୍ଜୟ ପାତ୍ର, ପ୍ରମୋଦ ବେହେରା, ପ୍ରହ୍ଲାଦ ବେହେରା, କୈଳାସ ବେହେରା, ଅମର ବେହେରା, ଶ୍ରୀଧର ବେହେରା, ଅଜୟ ଚୌଧୁରୀ, ଭାରତୀ ଦଳାଇ, ସଚ୍ଚିଦାନନ୍ଦ ବେହେରା ଓ ଫକୀର ବେହେରାଙ୍କ ସହ ଶତାଧିକ ନେତୃ ସ୍ଥାନୀୟ କୈବର୍ତ୍ତମାନେ ଉପସ୍ଥିତ ରହି ଶ୍ରୀଜୀଉଙ୍କ ନିକଟରେ କୈବର୍ତ୍ତ ସମାଜର ମଙ୍ଗଳ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ