କବିତା ପୁସ୍ତକ ଦାଦନର ପାଦ ଉନ୍ମୋଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କବି ତଥା କଥାକାର ମାତୃଦତ୍ତ ମହାନ୍ତିଙ୍କ କବିତା ପୁସ୍ତକ \”ଦାଦନର ପାଦ’ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଅରୁଣସ୍ତମ୍ଭ ସମ୍ମୁଖରେ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କବି ନବଜ୍ୟୋତି ରାୟ, କବି ବୃନ୍ଦାବନ ଦାସ ଓ ପାଠକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା ସହିତ ପୁସ୍ତକରେ ଥିବା କବିତା ଗୁଡିକ ସାମ୍ପ୍ରତିକ ସମାଜରେ ଘଟୁଥିବା ଘଟଣାର ଏକ ନିଚ୍ଛକ ପ୍ରତିଛବି ବୋଲି କହିଥିଲେ । କରୋନା କାଳରେ ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦ୍ଦଶାପୂର୍ଣ୍ଣ ଘରବାହୁଡ଼ାକୁ ନେଇ ରଚିତ କବିତା ସମେତ ଅନ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ଘଟଣାବଳୀକୁ ଆଧାର କରି ରଚିତ କବିତାଗୁଡ଼ିକ ଏହି ପୁସ୍ତକରେ ସ୍ଥାନିତ ହୋଇଛି । ମନ୍ତ୍ର ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ୫୫ଟି କବିତା ରହିଛି । ଉନ୍ମୋଚନ ଉପଲକ୍ଷେ ଅୟୋଜିତ କାର୍ଯ୍ୟକ୍ରମରେ \”ମନ୍ତ୍ର ପବ୍ଲିକେଶନ’ର ଆଞ୍ଚଳିକ ପ୍ରତିନିଧି ପଙ୍କଜ ସିହ୍ନା ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଲେଖକଙ୍କର ଗୋଟିଏ କବିତା ଓ ୪ଗୋଟି ଗଳ୍ପ ସଙ୍କଳନ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିସାରିିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ