ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଡିଜିଟାଲ ଯୁଗରେ ମଧ୍ଯ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ଆଦିବାସୀ । ସେମାନେ ଆଜି ବି ଗମନାଗମନ, ପାନୀୟ ଜଳ, ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ସୁବିଧା ମିଳୁନି। ଗ୍ରାମାଞ୍ଚଳକୁ ଭଲ ରାସ୍ତା ନାହଁ | ରାସ୍ତାଘାଟର ଆବଶ୍ୟକ ରକ୍ଷଣାବେକ୍ଷଣ ହେଉ ନ ଥିବା କିମ୍ବା ବିଭାଗୀୟ ଅଧୂକାରୀ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଡିଲି ମହାବାତ୍ୟାରେ ଧୋଇଯିବା ପରଠାରୁ ମରାମତି ହୋଇନି ରାସ୍ତା । ଗାଁକୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ ସେବା । ଗମନାଗମନ କ୍ଷେତ୍ରରେ ବହୁ କଷ୍ଟ ସ୍ବୀକାର କରୁଛନ୍ତି ସେମାନେ । ଏଥିପାଇଁ ରାସ୍ତାର ଉଚ୍ଚୟ ପାର୍ଶ୍ବର ଜଙ୍ଗଲ ସଫା କରିଛନ୍ତି ଅଞ୍ଚଳବାସୀ । ରାସ୍ତା ମରାମତି ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରତାରଣା କରୁଥିବା ଅଭିଯୋଗ କରିଛନ୍ତି I ଏହାଛଡା ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।ଏପରି ପରିସ୍ଥିତି ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ ଏସ କରତାସିଂ ପଞ୍ଚାୟତର ତଳବଣ୍ଡା, ଉପରବଣ୍ଡା, ଖୁଲିଗଣ୍ଡା, ଆଖସିଂ ଓ ଇରା ଆଦି ଗ୍ରାମର ଲୋକେ ପଡ଼ିଛନ୍ତି । ଏହି ସବୁ ଗ୍ରାମକୁ ଯୋଗାଯୋଗ କରୁଥିବା ୭ କିମି ରାସ୍ତା ଗତ ୨୦୧୫ ମସିହାରେ ଗ୍ରାମ୍ୟ ଭନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିଲା । କିନ୍ତୁ ୨୦୧୮ ତିତିଲି ବାତ୍ୟାରେ ରାସ୍ତା ଧୋଇ ନଷ୍ଟ ହେବା ପରଠାରୁ ମରାମତି ହୋଇନି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୫ ଗ୍ରାମବାସୀ ବହୁ କଷ୍ଟରେ ଯାତାୟାତ କରୁଛନ୍ତି । ପିଚୁ ଉଠି ଖାଲଖମା ହେବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ଜଙ୍ଗଲ ହୋଇଥିବାରୁ ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ କିମ୍ବା ଗାଡ଼ି I ମରାମତି ହେଉନଥିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ଜଙ୍ଗଲ ବଢ଼ି ଯାତାୟାତରେ ଆହୁରି ଅଧୂକ ସମସ୍ୟା ସୃଷ୍ଟି ହେଉଛି। ରାସ୍ତା ମରାମତି ସମ୍ପର୍କରେ ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯିବା ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ । ଅନ୍ୟ ଉପାୟ ନ ପାଇ ବାଧ୍ଯ ହୋଇ ତିନୋଟି ଗ୍ରାମର ଲୋକେ ମିଶି ୭ କିମି ରାସ୍ତାର ଉଭୟ ପାର୍ଶ୍ବର ଜଙ୍ଗଲ ସଫା କରିଛନ୍ତି। ଏଥିସହ ବଣ୍ଡା ଗାଁର ପାନୀୟ ଜଳର ସମସ୍ୟା ଅତି ସମ୍ବେଦନଶୀଳ ବିଷୟ ହୋଇଛି। କୂଅ ବା ନଳକୂପ ନ ଥିବା ବେଳେ ପାହାଡ଼ର ଝରଣା ପାଣି ଓ ନାଳ ପାଣି ହିଁଭରସା | ସରକାରଙ୍କ ପକ୍ଷରୁ ଏକ ନଳକୂପ ଖୋଳା ଯାଇଛି କିନ୍ତୁ ୭ ମାସ ହେଲାଣି ସମ୍ପୂର୍ଣ୍ଣ ହୋଇପାରୁନି। ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି କିନ୍ତୁ ପଥୁରିଆ ରାସ୍ତାରେ ଯିବାକୁ ପଡୁଛି ସ୍କୁଲ ପାନୀୟ ଜଳର ସୁବ୍ୟବସ୍ଥା ନିମନ୍ତେ ଏକ ନଳକୂପ ଖୋଳାଯାଇଛି କିନ୍ତୁ ଦୀର୍ଘ ସାତ ମାସ ହେଲିଣି କାର୍ଯ୍ୟକ୍ଷମ କରାଯାଇନାହିଁ। ଅଧାରେ ଛାଡ଼ି ଠିକାଦାର ଚାଲିଯାଇଛି ଓ ଯନ୍ତ୍ରୀଙ୍କ ଦେଖାମିଳୁନି । ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ଟଙ୍କା ମଞ୍ଜୁର ହୋଇଥିବା କୁହାଯାଉଥିଲା କିନ୍ତୁ ଏବେ ବିଭ୍ରାନ୍ତିକର ମନ୍ତବ୍ୟ ମିଳୁଛି। ତେବେ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ପାନୀୟ ଜଳର ସୁବ୍ୟବସ୍ଥା ସହ ରାସ୍ତାର ଉନ୍ନତିକରଣ କରିବା ଆବଶ୍ୟକ ରହିଛି। ଲୋକଙ୍କ ସମସ୍ୟା ଦୂର କରିବାକୁ କି ପଦକ୍ଷେପ ନିଆଯିବ ବୋଲି ପ୍ରଶ୍ନ କଲେ, କୌଣସି ଉତ୍ତର ବିଭାଗୀୟ ଅଧିକାରୀଙ୍କ ଠାରୁ ମିଳୁନାହିଁ। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଗମନାଗମନର ସୁବିଧା ପାଇଁ ରାସ୍ତା ଓ ପାନୀୟ ଜଳ ଯୋଗାଣ ପାଇଁ ନଳକୂପ ଖନନ ବାବଦକୁ ବହୁ ଅର୍ଥ ମଞ୍ଜୁର କରିଛନ୍ତି ସରକାର, କିନ୍ତୁ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବାୟିତ୍ବରେ ଥ‌ିବା ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ଲୋକେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏଥିଯୋଗୁଁ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ