ବିଡ଼ିପୁରରେ ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ ଜେନା): ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ସମିତି ଓ ଓସଡାମା ସହଯୋଗରେ ଜଗନ୍ନାଥପ୍ରସାଦ ବ୍ଲକରେ ଥିବା ବିଡ଼ିପୁରରେ ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳାକୁ ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ମଥୁରାମ ନାୟକ ଉଦ୍ଗଘIଟନ କରି ସମସ୍ତ ବିଭାଗର ସମନ୍ନୋୟ ଦ୍ଵାରା ପ୍ରାକୃତିକ ବିପର୍ଜ୍ୟ ମୁକାବିଲା କରିବା ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତର ମୂଳଲକ୍ଷ ଉପରେ ଆଲୋକପାତ କରିଥିଲେ I ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତାସାହୁ ସଭାପତିତ୍ଵ କରିଥିଲେ , ପଂଚାୟତ ନିର୍ବାହୀ ଅଧିକାରୀ, ତେନ୍ତୁଳିଆ ମହାବିଦ୍ୟାଳୟ ଅଧକ୍ଷ, ଗୋଷ୍ଟିସ୍ୱାସ୍ଥ୍ୟ ଅଧିକାରୀ,ରାଜସ୍ୱ ନିରିକ୍ଷକ, ଉଚ୍ଚ- ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ବନ କର୍ମଚାରି, ଅଗ୍ନିଶମ ଓ ଥାନା ଅଧିକାରୀ,କୃଷି ଗ୍ରାମ ସେବକ, ମହିଳା ମହା ସଂଘ ଅଧକ୍ଷI, ଭିନ୍ନକ୍ଷମ, ପଶୁ ଚିକିତ୍ସକ, ମୃତିକା ସରକ୍ଷଣ କର୍ମଚାରି, ରାଜସ୍ୱ ନିରୀକ୍ଷକ, ସମିତି ଓ ୱାର୍ଡ ସଭ୍ୟ,କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସମେତେ ୧୪ଗୋଟି ବିଭାଗ ଅଧିକାରୀ ଯୋଗ ଦେଇଥିଲେ ଯେଉ ମାନେ ଓସଡାମା ମାର୍ଗଦର୍ଶିକା ପ୍ରକାରେ ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟିରେ ସଭ୍ୟରୂପେ ଚୟନ କରାଯାଇଅଛି ଓ ପଞ୍ଚାୟତରେ ଥିବା ୭ଗୋଟି ରାଜସ୍ଵ ଗ୍ରାମର ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ କରାଯାଇ ୨୧ ଗୋଟି ଦଇବି ଦୁର୍ବିପାକ ତୁଷାର ପାତ, ଭୂତାଣୁ ସଂକ୍ରମଣ, ସାପକାମୁଡା, ରାସାୟନିକ ବିକରଣ, ଶିତ ଲହରୀ, ବାତ୍ୟା, ମରୁଡି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ଜଙ୍ଗଲ ପୋଡି, ଅଂଶୁଘାତ, ଭୁସ୍ପଳନ, ବଜ୍ରପାତ, ପରମାଣୁ ବିସ୍ଫୋରଣ, କୁହୁଡା, ସମୁଦ୍ର ସୁନାମୀ ଉପରେ କମିଟି ସଭ୍ୟସଭ୍ୟIଙ୍କୁ ବାର୍ଡ ଅନୁଷ୍ଠାନ ତରଫରୁ ତାଲିମ ଦିଆଯାଇ ତାର ଠିକ ସମୟରେ ମୁକାବିଲା କରIଯିବା ଓ ଶୂନ୍ୟ ମୃତହତ ଉପରେ ଦୀର୍ଘମିଆଦ ଯୋଜନା ଖସଡା କରି ବ୍ଲକ ପ୍ରଶାସନ ମାଧ୍ୟମରେ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଖସଡI ଓ ଯୋଜନI ପ୍ରସ୍ତୁତି ହେବା କରିବା ଉପରେ ଗୁରୁତ୍ଵ ଦିଆଯାଇ ଅଛି ଓ ସାଧନ କର୍ମୀ ନୋଡାଲ ଏନଜିଓ ବାର୍ଡ ସମ୍ପଦକ ପ୍ରକାଶ ଚଦ୍ର ସାହୁ ବିଡ଼ିପୁର ଗ୍ରାମ ପଞ୍ଚIୟତ କମିଟି ଓ ଗ୍ରାମବାସୀଙ୍କୁ ତାଲିମ ଦେଇ ଅଛନ୍ତି ଓ ୭ ଗୋଟି ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରଯିବା ଉପରେ ସେ ମତ ପ୍ରକାଶ କରିଅଛନ୍ତି I ଅଧିକ ତାଳ ବଣ ସୃଷ୍ଟି, ବନ୍ୟାଜନ୍ତୁ ଦ୍ଵାରା କ୍ଷୟକ୍ଷତି, ନଦୀ ତଳି ଅଞ୍ଚଳର ନିରୂପଣ, ସତର୍କ ଆପର ବହୁଳ ବ୍ୟବହାର, ମୋକ ଡ୍ରିଲ, ଆପାଦ ମିତ୍ର ଚୟନ, ସମସ୍ତ ହେଲ୍ପଲାଇନ ନମ୍ବର ପଂଚାୟତ କାର୍ଯ୍ୟଳୟରେ ଟଙ୍ଗାଇବା, ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକର ସମନ୍ଵୟ ବୈଠକ ବସିବା ଓ ସାମାଜିକ, ବୈଦୁତିକ, ପ୍ରିଣ୍ଟ ଗଣ ମାଧ୍ୟମଉପରେ ପ୍ରଚାରପ୍ରସାର ଉପରେ ଗୁରୁତ୍ଵ ଦିଆଯାଇଅଛି I