ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାଣିଜ୍ଯ ଦିବସ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ବାଣିଜ୍ୟ ବିଭାଗ ଆନୁକୁଲ୍ୟରେ ବାଣିଜ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି।ବାଣିଜ୍ୟ ବିଭାଗର ମୁଖ୍ୟ ଶିବପ୍ରସାଦ ସେଠୀଂକ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିଂଜିଳିକାଟୁ (ସ୍ୱୟଂଶାସିତ)ବିଗ୍ୟାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡ.ପ୍ରଫୁଲ୍ଲ କୁମାର ରଥ ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ।”ବାଣିଜ୍ୟ ଶିକ୍ଷାରେ ପ୍ରଗତି ଏବଂ ସମାଜରେ ଏହାର ଉପକାରୀତା” ବିଷୟରେ ସେ ଆଲୋକପାତ କରିଥିଲେ। ଆଜିର ସମାଜରେ ବାଣିଜ୍ୟ ଶିକ୍ଷାରେ ମୂଲ୍ୟବୋଧତା ତଥା ସରକାରୀ ଓ ଉଦ୍ୟୋଗ କ୍ଷେତ୍ରରେ ଏହାର ପ୍ରାଧାନ୍ଯତା ଉପରେ ଗୁରୁତ୍ୱାରୋପ କରିଥିଲେ।ଡ.ବିଘ୍ନରାଜ ମିଶ୍ରଂକ ଦ୍ୱାରା ଏହି ସେମିନାର ଉଦ୍ଘାଟିତ ହୋଇଥିଲା।ଡ.ସୁମନ୍ତ ବେହେରା ଆସିସ୍ଟାଣ୍ଟ ପ୍ରଫେସର୍ ସ୍ୱାଗତ ଭାଷଣ ଦେଇଥିଲେ।ଡ.ଶୁଭେନ୍ଦୁ କୁମାର ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ।ଏଥିରେ ବିଭାଗର ଅଧ୍ୟାପକ ତଥା ଅଧ୍ୟାପିକା ସୁଭାଷ ଚନ୍ଦ୍ର ଖୁଣ୍ଟିଆ, ପ୍ରଦିପ କୁମାର ଶବର ଏବଂ ସିଂଗିପୁରମ୍ ସ୍ୱାତୀଂକ ସହ ବିଭାଗୀୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।


