ଚୋରକୁ ଦିଆଯାଉଛି ଚୋରିର ତଦନ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଉଚ୍ଚ ବିଦ୍ୟାଳୟରେ ଜଣେ ପିଅନ ବିଭିନ୍ନ ଅନିୟମିତତା କରୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ହେଲେ ଏହି ପିଅନଙ୍କ ବିରୋଧରେ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ କେନ୍ଦ୍ରାପଡ଼ା ବିଡିଓଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି ହୋଇଛି । କାରଣ କେନ୍ଦ୍ରାପଡ଼ା ବିଡିଓ ବିଭିନ୍ନ ପ୍ରକାରର ଦୁର୍ନୀତିରେ ସଂପୃକ୍ତ ଅଛନ୍ତି । ତାଙ୍କୁ ଜଣେ ପିଅନଙ୍କ ଦୁର୍ନୀତିର ତଦନ୍ତ କରିବାର ଦାୟିତ୍ୱ ଦିଆଯାଇଛି । ସଂପୃକ୍ତ ପିଅନ କହିଛନ୍ତି ସେ ଜଣେ ବଡ଼ ଦୁର୍ନୀତିଗ୍ରସ୍ତ ମହିଳା । ତାଙ୍କ ନାମରେ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଛି । ହେଲେ ତାଙ୍କୁ ଜିଲ୍ଲାପାଳ ମୋ ବିଷୟରେ ତଦନ୍ତ କରିବାର ଦାୟିତ୍ୱ ଦେବା ଏକ ହାସ୍ୟାସ୍ପଦ କଥା । ଜିଲ୍ଲାପାଳଙ୍କର ସାମାନ୍ୟତମ ବୁଦ୍ଧିନାହିଁ କି ସେ ବିଡିଓଙ୍କ ମୋହରେ ମୋହିତ ହୋଇଛନ୍ତି ତାହା ଜଣାପଡୁନାହିଁ । କାରଣ ଚୋରଙ୍କୁ ଚୋରି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯିବା ଭଳି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦୁର୍ନୀତି ଘଟଣାର ତଦନ୍ତ କରିବାକୁ ଦିଆଯାଇଥିବା ସହରର ଅନେକ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି । ବୁଦ୍ଧିଜୀବୀମାନେ କହିଛନ୍ତି ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲାର ମାଲିକ । ସେ ଜିଲ୍ଲାର ମାଜିଷ୍ଟ୍ରେଟ । ଆଇନ୍‌ଗତ କ୍ଷମତା ତାଙ୍କୁ ସମ୍ବିଧାନ ପ୍ରଦାନ କରିଛି । ହେଲେ ସେ ଏତେବଡ଼ ପଦବୀରେ ବସି ସାମାନ୍ୟତମ ଜ୍ଞାନ ଖଟେଇ ପାରୁନାହାଁନ୍ତି ଯେ କାହାକୁ କେଉଁ ଘଟଣାର ତଦନ୍ତ କରିବାର ଦାୟିତ୍ୱ ଦିଆଯିବ । ଜିଲ୍ଲାରେ ଯନ୍ତ୍ରୀମାନେ ଜିଲ୍ଲାକୁ ଲୁଟି ସାରିଲେଣି । ହେଲେ ଜଣେ ହେଲେ ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । କେହିପରି କେନ୍ଦ୍ରାପଡ଼ା ବ୍ଲକ ଜିଲ୍ଲାପାଳଙ୍କ କ୍ଷମତା ପରିସର ବାହାରେ ନୁହେଁ । ବିଭିନ୍ନ ବିଦ୍ୟାଳୟର ନବୀକରଣରେ କୋଟି କୋଟି ଟଙ୍କା ଯନ୍ତ୍ରୀ ଓ ବିଡିଓ ଲୁଟି ନେଇଛନ୍ତି । ସେ କ୍ଷେତ୍ରରେ ଜିଲ୍ଲାପାଳ ନିରବ । କିନ୍ତୁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଏତେ ତତ୍ପର ଯାହାକୁ ବର୍ଣ୍ଣନା କରିବା ମୁସ୍କିଲ । କାରଣ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଜିଲ୍ଲାପାଳ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ଜିଲ୍ଲାର ବିଭିନ୍ନ ବିଭାଗରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଅଭିଯୋଗ ରହିଛି । ବିଶେଷ କରି ଜିଲ୍ଲାରେ ଯନ୍ତ୍ରୀ ଓ ପ୍ରଶାସନରେ ଥିବା ଅଧିକାରୀମାନେ ଜିଲ୍ଲାକୁ ଲୁଟି ଚଳୁ କରି ଦେଲେଣି । ହେଲେ ସେ କ୍ଷେତ୍ରରେ ଜିଲ୍ଲାପାଳ ନିରବ ରହୁଛନ୍ତି । ତେଣୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ମଧ୍ୟରେ ଯେ ସୁନ୍ଦର ବୁଝାମଣା ରହିଛି ତାହାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ