ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ – ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ – ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ପ୍ରୋକ୍ଟର ଅଧ୍ୟାପିକା ରୁନିବାଳା ତ୍ରିପାଠୀ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଶାସନିକ ଅଧୀକ୍ଷକ କୁମୁଦ ଚନ୍ଦ୍ର ମହାପାତ୍ର ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଦୈନିକ ସମାଜ ପତ୍ରିକାର ସାମ୍ବାଦିକ ରବୀନ୍ଦ୍ର ପାତ୍ର ଗୁରୁ ଚାଣକ୍ୟଙ୍କର ଉଦାହରଣ ପ୍ରଦାନ ପୂର୍ବକ ଶିଷ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟର ଗୁରୁପ୍ରତି ସମର୍ପଣ ଭାବ ଉକ୍ତି ସହ ତାର ଶୃଙ୍ଖଳା ଜ୍ଞାନର ପ୍ରତିଭା ବର୍ଣ୍ଣନା କରିଥିଲେ। ଅଧ୍ୟାପକ ଦୀପୁ ଭୂୟାଁ, ସୌମେନ୍ଦୁ ପଣ୍ଡା ଓ ପ୍ରଦୀପ ଦିଗାଲ ପ୍ରମୁଖ ବିଦ୍ୟାର୍ଥୀମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶରେ ଅଭିଭାବକଙ୍କ ଅବଦାନ ଜରୁରୀ ବୋଲି ମତପ୍ରକାଶ କରିଥିଲେ। ଉପସ୍ଥିତ ଅଭିଭାବକମାନେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ନିଜ ନିଜର ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ସହ- ସଂଯୋଜକ ଅଧ୍ୟାପକ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଧ୍ୟାପିକା ଯଥା କ୍ରମେ ପିଙ୍କି ପଲେଇ, ପି ଦୀପକ ରାଓ, ଗଙ୍ଗାଧର ରଣା, ଗାଙ୍ଗୁଲି ପାଲଟାସିଂ, ଦେବେଶ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଲେଙ୍କା, ଜୟଶ୍ରୀ ସେଠି, ଭାରତୀ ବିଶ୍ୱାଳ, ସ୍ୱରୂପାରାଣୀ ବିଶ୍ୱାଳ, ଶିବାନୀ ନାୟକ, ଯମୁନା ଖୁଣ୍ଟିଆ, ପଦ୍ମ ଚରଣ ନାୟକ, ରମେଶ ବିଶୋଇ, ବଳରାମ ଗୌଡ଼, ରାମ ଚନ୍ଦ୍ର ନାୟକ ଏବଂ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।


