ଭଞ୍ଜନଗରରେ ୫୧ କୁଣ୍ଡିୟ ଯଜ୍ଞ ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ ଜେନା): ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ବୈଦିକ ସିଦ୍ଧାନ୍ତରେ ଅନୁପ୍ରାଣିତ ହୋଇ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ଙ୍କ ପ୍ରଚେଷ୍ଟା ରେ ଭଞ୍ଜନଗର ରେ ସ୍ଥାପିତ ହୋଇଛି ବେଦ ପ୍ରଚାର ସମିତି।ଏହି ସମିତି ଭଞ୍ଜନଗର ଆଖ ପାଖ ଅଂଚଳରେ ହୋମ ଯଜ୍ଞ କରିବା ସହ ବେଦ ପ୍ରଚାର କରୁଛନ୍ତି | ଏହା ବ୍ୟତୀତ ଏହି ସମିତି ବିଭିନ୍ନ ଜନ ହିତକର କାର୍ଯ୍ୟ ହାତକୁ ନେଇଛି।ଏହି ବେଦ ପ୍ରଚାର ସମିତି ୨୧କୁଣ୍ଡିୟ ,୫୧କୁଣ୍ଡିୟ ,୧୦୮କୁଣ୍ଡିୟ ଯଜ୍ଞ କରିବା ସହ ପ୍ରବଚନ ମାଧ୍ୟମରେ ବେଦ ର ଉପକାର ଓ ଯଜ୍ଞ କରିବା ଦ୍ୱାରା କଣ ସବୁ ଉପକାର ମିଳେ ସେ ବିଷୟରେ ସୂଚନା ଦିଆଯାଇଛି।ଉନବିଂଶ ଶତାବ୍ଦୀ ରେ ଯେତେବେଳେ ଦେଶରେ ବିଭିନ୍ନ କୁସଂସ୍କାର ସବୁ ଦେଖିବାକୁ ମିଳିଥିଲା, ସେତେବେଳେ ମହର୍ଷି ଦୟାନନ୍ଦ ସରସ୍ୱତୀ ଙ୍କ ଦ୍ଵାରା ଏସବୁକୁ ବନ୍ଦ କରାଯାଇ ଥିଲା | ଦୟାନନ୍ଦ ସରସ୍ବତୀ ଙ୍କ ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ ଦେଶରେ ବହୁ ଅନୁଷ୍ଠାନ ସବୁ ଗଢ଼ି ଉଠିଥିଲା ତନ୍ମଧ୍ୟରୁ ବେଦ ବ ପ୍ରଚାର ସମିତି ଅନ୍ୟତମ।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଚକାଡୋଳା ରିସର୍ଟ ଠାରେ ଶତ୍ରୁଘ୍ନ ଦାଶ ଙ୍କ ସୁପୁତ୍ର କୃଷ୍ଣଚନ୍ଦ୍ର ଦାଶ ଙ୍କ ୩୩ତମ ଜନ୍ମଦିନ ଅବସରରେ ଓ ବେଦ ପ୍ରଚାର ସମିତି ର ପ୍ରଚେଷ୍ଟା ରେ ୫୧କୁଣ୍ଡିୟ ଯଜ୍ଞ ଓ ବେଦ ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ବହୁ ଜନସାଧାରଣ ଓ ତଥା ବେଦ ପ୍ରଚାର ସମିତି ର କର୍ମ କର୍ତ୍ତା ଯୋଗଦେଇ ଥିଲେ।ଶିବ କୁମାର ନାୟକ ଓ ମନୋଜ କୁମାର ପାଣିଗ୍ରାହୀ ଙ୍କ ତତ୍ୱବାଧାନ ରେ ଏବଂ ବନପ୍ରସ୍ଥ ଅନ୍ତର୍ଯ୍ୟାମୀ ପ୍ରଦାନ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଲାଲ ମୋହନ ନାୟକ,ଶରତ ମହାନ୍ତି,ସୀମାଞ୍ଚଲ ପଟ୍ଟନାୟକ,ପ୍ରମୋଦ କୁମାର ମହାନ୍ତି,ଟୁନା ଜେନା, ବିଜୟ କୁମାର,ପ୍ରମୋଦ କୁମାର ମହାନ୍ତି,ଲିଙ୍ଗରାଜ ନାୟକ ପ୍ରମୁଖ ସହଯୋଗ କରିଥିଲେ।ଏହି ପୁଣ୍ୟ ଦିନରେ ଭଞ୍ଜନଗର ର ଅଗ୍ରଣୀ କବି ସମ୍ରାଟ ସମ୍ବାଦିକ ସଙ୍ଘ ସଭ୍ୟଙ୍କୁ ପୂଜ୍ୟ ଗୁରୁଜୀ ସୁଧାନନ୍ଦ ସରସ୍ୱତୀ ଙ୍କ ଲିଖିତ ପୁସ୍ତକ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ବେଦ ପ୍ରଚାର ସମିତିର ଶ୍ରୀମତୀ ଆରତୀ ବାଳl ପ୍ରଧାନ ସଭା ପରିଚାଳନ କରିଥିଲେ |