ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କର ସମସ୍ୟାଗୁଡ଼ିକ ଖୁବ୍ ଶିଘ୍ର ସମାଧାନ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଭର ପ୍ରତିଶ୍ରୁତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ କାଲି ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲ୍‌ଷ୍ଟା)ର ଏକ ପ୍ରତିନିଧି ମଣ୍ଡଳୀ ଓଲ୍‌ଷ୍ଟାର ସାଧାରଣ ସଂପାଦକ ଶ୍ରୀ ସୁକାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ରାଜ୍ୟର ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ ଜରିଆରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ (ମ.ଇ.) ବିଦ୍ୟାଳୟର ଶିକ୍ଷା, ଶିକ୍ଷକ, ଶିକ୍ଷାର୍ଥୀ ଓ ଶିକ୍ଷାୟତନର ବହୁବିଧ ସମସ୍ୟା ସଂପର୍କରେ ଅଲୋଚନା କରିଥିଲେ ।ବିଶେଷଭାବେ ସମସ୍ତ ସରକାରୀ, ପୂର୍ଣ୍ଣ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ (ମ.ଇ) ବିଦ୍ୟାଳୟ ସହ ଉର୍ଦ୍ଧୁ ଶିକ୍ଷକମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ରାଜ୍ୟର ୬୯୧ ଓ ୯୪୦ ମୋଟ୍ ୧୬୩୧ ଟି ଅନୁଦାନପ୍ରାପ୍ତ ଉ.ପ୍ରା. ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୨୦୦୦ ହଜାର ଶିକ୍ଷକ ଓ ଅଧ୍ୟୟନରତ ପ୍ରାୟ ୫୦ ହଜାର ଶିକ୍ଷାର୍ଥୀମାନଙ୍କର ମୌଳିକ ସମସ୍ୟା ଯଥା- ଶିକ୍ଷାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ସମାନ ସରକାରୀ ସୁବିଧା ସୁଯୋଗ, ଶିକ୍ଷକ ନିଯୁକ୍ତି, ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ଓ ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି କରିବା ସମେତ ସମସ୍ତ ୧୬୩୧ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ସରକାରୀ କରଣ କରିବା ଇତ୍ୟାଦି ଆଲୋଚନା କରାଯାଇଥିଲା । ପୂର୍ବରୁ ଦିଆଯାଇଥିବା ଦାବିପତ୍ର ପାଇ ଏ ସମସ୍ତ ସମସ୍ୟା ସଂପକରେ ଅବଗତ ଥିବା ଓ ଖୁବ୍ ଶୀଘ୍ର ଏହାର ସମାଧାନ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।ଏହି ଆଲୋଚନାରେ ସାଧାରଣ ସଂପାଦକ – ଶ୍ରୀ ସୁକାନ୍ତ କୁମାର ବେହେରା, ଯୁଗ୍ମ ସାଧାରଣ ସଂପାଦକ – ଶ୍ରୀ ସୁଦର୍ଶନ ସ୍ୱାଇଁ, କୋଷାଧ୍ୟକ୍ଷ – ଶ୍ରୀ ଯୁଧିଷ୍ଠିର ପ୍ରଧାନ, ଯୁଗ୍ମ ସଂପାଦକ- ଶ୍ରୀ ମାଧବାନନ୍ଦ ପଣ୍ଡା, ସବ୍ ଏଡ଼ିଟର – ଶ୍ରୀ ସଚ୍ଚିଦାନନ୍ଦ ପରିଡା, କେନ୍ଦୁଝର ଜିଲ୍ଲା ସଂପାଦକ – ଶ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ସମେତ ଜିଲ୍ଲା କର୍ମକର୍ତ୍ତା, ଶ୍ରୀ ଭରତ କୁମାର ମହନ୍ତ, ଶ୍ରୀ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଂଗଠନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରଷା ରହିଛି ବୋଲି ସାଧାରଣ ସଂପାଦକ ଜଣାଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ