ବଜାରକୁ ଆସିଲା ଜେଲିଓର ସ୍ପିଡି ଇ-ବାଇକ ମିଷ୍ଟ୍ରି

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପବିତ୍ର ୭୮ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଭାରତର ଅଗ୍ରଣୀ ଇ-ବାଇକ ନିର୍ମାତା କମ୍ପାନୀ ଜେଲିଓ ତାର ନୂତନ ମଡେଲ ହାଇ ସ୍ପିଡି ଓ ଅଧିକ ମାଇଲେଜ ବିଶିଷ୍ଟ ଇ-ବାଇକ ମିଷ୍ଟ୍ରି ବଜାର ପ୍ରବେଶ କରାଇଛି। ଆଜି ଚନ୍ଦ୍ରଶେଖରପୁରର ନାଲକୋ ଛକ ନିକଟରେ ଥିବା ଏକ ତାରକା ହୋଟେଲରେ ଏହାର ଉଦଘାଟନ ଉତ୍ସବ ଓ ଡିଲର ସମ୍ମିଳେନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜେଲିଓ କମ୍ପାନୀର ମୁଖ୍ୟ କୁନାଲ ଆର୍ଯ୍ୟ, ମାର୍କେଟିଙ୍ଗ ମୁଖ୍ୟ ଜିତେନ୍ଦ୍ର ମଲ୍ଲିକ ଓ ଜିତେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଇ-ବାଇକ ଟିକୁ ଉଦଘାଟନ କରିଥିଲେ। କମ୍ପାନୀ ମୁଖ୍ୟ କୁନାଲ ଆର୍ଯ୍ୟ କହିଥିଲେ ସମ୍ପୁର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଜେଲିଓର ସମସ୍ତ ବ୍ରାଣ୍ଡ ନିର୍ମିତ ହୋଇଛି। ଏହା ସମସ୍ତ ବର୍ଗର ପରିବାର ପାଇଁ ଭଲ ଉପକରଣ ହୋଇ ପାରିବ। ଦେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସମସ୍ତେ ଇ-ବାଇକ ବ୍ୟବହାର କରିବା ପାଇଁ ଆହ୍ବାନ ଦେଇଥିଲେ। ମାର୍କେଟିଙ୍ଗ ମୂଖ୍ୟ ଶ୍ରୀଯୁକ୍ତ ମଲ୍ଲିକ କହିଥିଲେ ଜେଲିଓର ଏହି ବ୍ରାଣ୍ଡ ଯୁବବର୍ଗଙ୍କୁ ବେଶ୍ ଆକୃଷ୍ଟ କରିବ। ଏହା ଅଧିକ ସ୍ପିଡି ଚାଲିବା ସହିତ ୧୨୦ ମାଇଲେଜ ଦେବ। ଏହାର ବଜାର ମୂଲ୍ୟ ୭୯ ହଜାର ୯୯୯ ରହିଛି। ଯାହା ସମସ୍ତ ବର୍ଗର ଲୋକମାନଙ୍କୁ ସୁହାଇବ। ଜେଲିଓର ବିଭିନ୍ନ ପ୍ରକାରର ୧୨ଟି ବ୍ରାଣ୍ଡ ରହିଛି। ୪୯ ହଜାର ୯୦୦ ଟଙ୍କାରୁ ଗାଡ଼ିର ମୂଲ୍ୟ ଆରମ୍ଭ ହେଉଛି। ଏହି ଅବସରରେ ଅନୁଷ୍ଠିତ ଡିଲର ସମ୍ମିଳନୀରେ କମ୍ପାନୀ ମୁଖ୍ୟ ଜେଲିଓର ନିର୍ମାଣ ଶୈଳୀ, ଶକ୍ତତା, ବିଭିନ୍ନ ଫିଚର, ବ୍ୟାଟେରୀ ଓ ବଜାର ମୂଲ୍ୟ ସମ୍ବନ୍ଧରେ ବୁଝାଇଥିଲେ। ଜିତେନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ