ଆରାଧନା ପକ୍ଷରୁ ଦ୍ୱିତୀୟ ସସ୍ନେହା ସମ୍ମାନ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆରାଧନା ଡ୍ୟାନ୍ସ ଏକାଡ଼େମୀ ପକ୍ଷରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଦ୍ୱିତୀୟ ସସ୍ନେହା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆରଧନାର ସମ୍ପାଦକ ଚିତ୍ରସେନ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ୟୁଏସ୍ଏମ୍ ପ୍ରିନ୍ସିପାଲ ଗୁରୁ ବିଜୟ ଜେନା, ସରପଞ୍ଚ କାମଦେବ ରାଉତ, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ ଏବଂ ଗୁରୁ ଡଃ ସ୍ନେହପ୍ରଭା ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ।ଉଦ୍ଘାଟନୀ ଉତ୍ସବରେ ମୟୁରଭଞ୍ଜ ଛଉନୃତ୍ୟ ପାଇଁ ଗୁରୁ ଶ୍ରୀମତୀ ଶୁଭଶ୍ରୀ ମୁଖାର୍ଜୀଙ୍କୁ ସସ୍ନେହା ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା । ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ଦ୍ୱାରା ତାଳବାଦ୍ୟ ପରିବେଷଣ କରାଯାଇଥିଲା । ପରେ ପରେ ରାଜକୁମାର କର, ଟି. ତୁଳିକା ରେଡ୍ଡି, ଗୁରୁ ନାରାୟଣ ପାଣ୍ଡେ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରିଥିଲେ ।ଅନୁଷ୍ଠାନର କର୍ମକର୍ତ୍ତା ସ୍ମୃତିମୟୀ, ସୌମିର୍ଲି ଦେ, ମଧୁସ୍ମିତା ପ୍ରଧାନ, କରୁଣାକର ସ୍ୱାଇଁ, ବିଦ୍ୟୁଲତା ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ସଭାପତି ଡଃ ସ୍ନେହପ୍ରଭା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଡଃ ଶ୍ରୀନିବବାସ ଘଟୁଆରୀ ପରିଚାଳନା କରିଥିଲେ ।