ବାଲେଶ୍ୱରରେ ଗଡ଼ିଲା କୌଶଳ ରଥ

ବାଲେଶ୍ୱର, (ସରୋଜ ପଣ୍ଡା):ଛାତ୍ରଛାତ୍ରୀଙ୍କୁ ନୂତନ ବୈଷୟିକ ଓ କୌଶଳଭିତ୍ତିକ ଶିକ୍ଷା ବାବଦରେ ସଚେତନ କରିବା ଲକ୍ଷ୍ୟ ନେଇ ଆଜିଠୁ ଜିଲ୍ଲାବ୍ୟାପୀ ‘କୌଶଳ ରଥ’ ଗଡ଼ିବା ଆରମ୍ଭ କରିଛି। ବାଲେଶ୍ୱର ସରକାରୀ ଆଇଟିଆଇ ପରିସରରୁ ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ପତାକା ଦେଖାଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀଶ୍ରୀ ଆଶିଷ କୁମାର ବସନ୍ତିଆ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଧରଣୀଧର ପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଦ୍ୟୁତଳତା ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।ଛାତ୍ରଛାତ୍ରୀମାନଙ୍କର କୌଶଳ ଭିତ୍ତିକ ଶିକ୍ଷାରେ ଆଗ୍ରହ ବଢାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଶୁଭାରମ୍ଭ କରାଯାଇଥିବା କୌଶଳ ରଥ ସମଗ୍ର ରାଜ୍ୟ ପରିଭ୍ରମଣ କରୁଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ଖଚିତ ଏହି କୌଶଳ ରଥ ଚଳିତ ମାସ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବ। ୨୪ ତାରିଖ ସରକାରୀ ଆଇଟିଆଇଠାରେ ଏହି କୌଶଳ ରଥର ଆନୁଷ୍ଠାନିକ ଶୁଭାରମ୍ଭ ହେବା ପରେ ଧାର୍ଯ୍ୟ ସୂଚୀ ଅନୁଯାୟୀ ଏହା ବାଲେଶ୍ୱର ଜିଲ୍ଲା ସ୍କୁଲ, ବାଲେଶ୍ୱର ସରକାରୀ ପଲିଟେକ୍ନିକ, ସିପେଟ, ବାଲେଶ୍ୱର, ଝାଡ଼େଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଉତ୍କଳ ବାଳାଶ୍ରମ ଗସ୍ତ କରିଛି। ସେହିପରି ଦ୍ଵିତୀୟ ଦିନ ୨୫ ତାରିଖରେ ଏହା ଜଳେଶ୍ୱର ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ କବାଟଘାଟୀ, କସ୍ତୁର୍ବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଖୁଆର୍ଦ୍ଦ, ଜଳେଶ୍ୱର ଗାନ୍ଧୀ ସେବାଶ୍ରମ ଗସ୍ତ କରିବ I ତୃତୀୟ ଦିନ ୨୬ ତାରିଖରେ କୃଷ୍ଣ ସୁଖାରି କନ୍ୟାଶ୍ରମ, ଓଏଭି ଯାମୁଡ଼ିହା, ବଣଭୁଇଁ ସରକାରୀ ଉଚ୍ଚ ବିଦ୍ୟାଳୟ, ତେଲିଆପାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଛତ୍ରପୁର କସ୍ତୁରୀ ଗାନ୍ଧୀ ବାଳିକା ବିଦ୍ୟାଳୟ ଗସ୍ତ କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି I ଚତୁର୍ଥ ତଥା ଅନ୍ତିମ ଦିନ ୨୭ ତାରିଖରେ ବାହାନଗା ଉଚ୍ଚ ବିଦ୍ୟାଳୟ, ଔପଦା ଉଚ୍ଚ ବିଦ୍ୟାଳୟ, ଖଇରା ଉଚ୍ଚ ବିଦ୍ୟଳୟ ଓ ଗଗୁଆ ଉଚ୍ଚ ବିଦ୍ୟଳୟ ଗସ୍ତ କରି ବାଲେଶ୍ୱର ଜିଲ୍ଲା ଲାଗି କାର୍ଯ୍ୟକ୍ରମ ଶେଷ କରି କୌଶଳ ରଥ ଭଦ୍ରକ ଜିଲ୍ଲା ଗସ୍ତ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ