ନନ୍ଦୋତ୍ସବ ପାଳନ କଲେ ବେଲଗୁଣ୍ଠା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ସ୍ଥିତ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ନନ୍ଦୋତ୍ସବ ପାଳିତ ହୋଇଯାଇଅଛି ।ଏହି ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା ଦ୍ଵୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଉପସ୍ଥିତ ଶିଶୁ ଭାଇ ଭଉଣୀ ମାନେ ଯେପରି ଭଗବାନ ଶ୍ରୀ କୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଜୀବନ ଶୈଳୀ ଉନ୍ନତ ମାନର କରିବେ ସେ ନେଇ ମାର୍ଗ ଦର୍ଶନ କରାଇଥିଲେ। ଅନୁଷ୍ଠାନର ପ୍ରାୟ ଷାଠିଏ ଜଣ ଶିଶୁ ରାଧା କୃଷ୍ଣ ବେଶ ପରିଧାନ କରି ବୌଦ୍ଧିକ ମଣ୍ଡପ ରେ ଏକତ୍ରିତ ହୋଇଥିଲେ। ସମସ୍ତ ବେଶ ଧାରି ଗ୍ରାମର ସମସ୍ତ ମନ୍ଦିର ପରିଭ୍ରମଣ କରିଥିଲେ ସେହି ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତ ବେଶ ଧାରୀଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତଙ୍କୁ ପୁରସ୍କୃତ କରଯାଇଥିଲା। ଉପସ୍ଥିତ ସମସ୍ତ ଅଭିଭାବକ ମାନଙ୍କ ମଧ୍ୟରୁ ଭାଗ୍ୟଶାଳୀ ଅଭିଭାବକ ଭାବେ କୃଷ୍ଣ କୁମାର ସାସମଲ ପୁରସ୍କୃତ ହୋଇଥିଲେ । ଅନୁଷ୍ଠାନ ର ଶୁଭଶ୍ରୀ, ସନ୍ଧ୍ୟା, ସିମ୍ରନ, ମାଧୁରୀ, ମୋତି, ମାହେଶ୍ୱରୀ,ଶୁଭମ୍, ସୁଜାତା,ତିନି, ରୁନି, ମହାଲକ୍ଷ୍ମୀ, ପିଙ୍କି , ଅର୍ପିତା ଗୁରୂମା ଏବଂ ସୁକାନ୍ତ,ସିବରମ୍, ସତ୍ୟ, ବସନ୍ତ, ଗୁଣ୍ଡିଚା, କୀର୍ତ୍ତି, ସନ୍ତୋଷ, ପ୍ରଦୀପ ଗୁରୁଜୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ସ୍ଵାଗତ ଭାଷଣ ଦେଇ ଥିଲେ ଏବଂ କାର୍ଯ୍ୟକ୍ରମ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ