ବ୍ରାହ୍ମଣୀ ମହାବିଦ୍ୟାଳୟରେ ମାଗଣା ଚକ୍ଷୁଚିକିତ୍ସା ଶିବିର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କଟକସ୍ଥିତ ଜେ.ପି.ଏମ.ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଆନୁକୁଲ୍ୟରେ ରବିବାର ପୂର୍ବାହ୍ନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଦାଣ୍ଡିସାହିସ୍ଥିତ ବ୍ରାହ୍ମଣୀ ମହାବିଦ୍ୟାଲୟ ପରିସରରେ ଧୈାୟାଚଂଳ ବିକାଶ ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରକୁ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟିତ କରି ଏହି ଶିବିରର ଆୟୋଜନ ରେ ସ୍ଥାନୀୟ ପଂଚାୟତ ଗୁଡିକର ଲୋକମାନେ ସେମାନଙ୍କ ଚକ୍ଷୁ ପରୀକ୍ଷା ନିମନ୍ତେ ମାଗଣା ସୁବିଧା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଚକ୍ଷୁ ଚିକିତ୍ସା ଶିବିରରେ ୧୫୭ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ୪୨ଜଣଙ୍କୁ ସେମାନଙ୍କ ଚକ୍ଷୁ ଅସ୍ତ୍ରୋ୍ରପ୍ରଚାର ନିମନ୍ତେ କଟକସ୍ଥିତ ଜେ.ପି.ଏମ.ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା । ଜିଲ୍ଲା ବିଜେଡି କୃଷକ ସଭାପତି ସୈାମେନ୍ଦ୍ର କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିର ପରିଚାଳନାରେ ପୂର୍ବତନ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ମାନସ କୁମାର ସାମଲ, ସମାଜସେବୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ,ସମିତିସଭ୍ୟମାନେ ସହଯୋଗ କରିଥିଲେ । ଜେ.ପି.ଏମ.ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସଂଯୋଜକ ପରେଶ ସାହୁଙ୍କ ନେତୃତ୍ୱରେ ୭ଜଣ ଡାକ୍ତର ଓ କର୍ମଚାରୀମାନେ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଯୋଗଦେଇ ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।