ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ସମିତି ଜିଲ୍ଲା ସ୍ତରୀୟ ବୈଠକ

ଆସ୍କା, (ଯୁଗାବ୍ଦ ନ୍ୟୁଜ):ଅଖିଲବିଶ୍ୱ ଗାୟତ୍ରୀପରିବାର, ଦେବସଂସ୍କୃତି ବିଶ୍ୱବିଦ୍ୟାଳୟ ହରିଦ୍ୱାର (ଉତ୍ତରାଖଣ୍ଡ) ଆନୁକୂଲ୍ୟରେ ଗାୟତ୍ରୀପରିବାର ଦ୍ଵାରା ସ୍କୁଲ ଓ କଲେଜ ଗୁଡିକରେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା କରାଇବା ସକାଶେ ଗଞ୍ଜାମଜିଲ୍ଲା ଗାୟତ୍ରୀପରିବାର ବରିଷ୍ଠ ପ୍ରତିନିଧି ମାନଙ୍କ ଏକ ବୈଠକ ଆସ୍କା,ମକୁନ୍ଦପୁର,କ୍ରାନ୍ତି ବିହାର ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଗଞ୍ଜାମଜିଲ୍ଲା ର ପ୍ରତ୍ୟେକ ସ୍କୁଲ ଓ କଲେଜ ଗୁଡିକ ସହିତ ଯୋଗାଯୋଗ କରି ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା କରାଇବା ସକାଶେ ସଂକଳ୍ପ ନିଆ ଯାଇଥିଲା।ଗତ ବର୍ଷ ଗଞ୍ଜାମ ଜିଲ୍ଲାର ଆଠ ଜଣ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଥିବା ହେତୁ ଅଗାମୀ ତା .୨୯/୯/୨୦୨୪ ରେ କବିସୂର୍ଯ୍ୟ ନଗର ଗାୟତ୍ରୀ ଶକ୍ତିପୀଠ ରେ ଗଞ୍ଜାମଜିଲ୍ଲା ଶିକ୍ଷକ ସମ୍ମାନ ମହୋତ୍ସବ ପାଳନ ଅବସରରେ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସକାଶେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ଉକ୍ତ ବୈଠକରେ ଗଞ୍ଜାମଜିଲ୍ଲା ଗାୟତ୍ରୀପରିବାର ଜିଲ୍ଲା ମୁଖ୍ୟ ସଂଯୋଜକ ପ୍ରଫୁଲ୍ଲ ଦାସ,ସଂସ୍କୃତି ପରୀକ୍ଷା ମୂଖ୍ୟ ଦାୟିତ୍ୱରେ ଥିବା ମୂଖ୍ୟ ସଂଯୋଜକ ଶ୍ରୀ ରଜନୀକାନ୍ତ ମହାପାତ୍ର,ଯୁଗ୍ମ ସଚିବ ଶ୍ରୀ ପ୍ରମୋଦ କୁମାର ବେହେରା ଓ ବ୍ଲକ ମାନଙ୍କରୁ ଆସିଥିବା ସଂଯୋଜକ ଶ୍ରୀ ରଞ୍ଜନ ସାହୁ,ଶ୍ରୀ ସିବାରମ ସାହୁ,ଶ୍ରୀ କାମରାଜୁ ମୁନି,ଶ୍ରୀ ଭାଗିରଥି ପଲାଇ, ଶ୍ରୀ ସୁଦର୍ଶନ ଭାଇ,ଶ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ଆଦି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ