ଯୁବତୀଙ୍କୁ ବିବାହ କଲେ ମିଳିବ ୧୨୦୦କୋଟି
ହଂକଂର ଜଣେ କୋଟିପତି ବ୍ୟକ୍ତିଙ୍କ ଝିଅ ବାହା ଇଚ୍ଛା ପୂରଣ ହୋଇପାରୁନାହିଁ । ଯେଉଁ କାରଣରୁ ସେ ଯିଏ ଜ୍ୱାଇଁ ହେବ ତାକୁ ୧୨୦୦କୋଟି ଟଙ୍କାର ଘୋଷଣା କରିଛନ୍ତି । ହଂକଂରେ ରହୁଥିବା ସୋସିଲ ଚାଓ ନିଜ ଝିଅ ୩୩ ବର୍ଷିୟା ଜେନି ଚାଓଙ୍କ ବିବାହକୁ ନେଇ ଚିନ୍ତାରେ ଅଛନ୍ତି । ୪ ବର୍ଷ ତଳୁ ଝିଅ ବାହାଘର ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ପ୍ରତି ଯୁବକଙ୍କୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି ଜେନି । ବାଧ୍ୟରେ ସେ ଝିଅକୁ ଏ ସମ୍ପର୍କରେ ପଚାରିଥିଲା ବେଳେ ସେ କହିଥିଲେ ଯେ, ମୁଁ ପୁଅ ନୁହେଁ ଜଣେ ଝିଅକୁ ବିବାହ କରିବି । ମାତ୍ର ସୋସିଲ ଝିଅ ପାଇଁ ଜ୍ୱାଇଁ ଖୋଜିବା ଧାରା ବନ୍ଦ କରିନଥିଲେ । ପ୍ରଥମେ ସେ ଝିଅକୁ ଯିଏ ବିବାହ କରିବ ତାକୁ ୪୦୦କୋଟି ଟଙ୍କା ଦେବି ବୋଲି ଘୋଷଣା କରିଥିଲେ । ଏବେ ଏହାକୁ ୧୨୦୦କୋଟିକୁ ବୃଦ୍ଧି କରିଛନ୍ତି । ହେଲେ ତାଙ୍କ ଝିଅ କୌଣସି ପୁଅକୁ ବିବାହ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ।


