ବଡଦିନରେ ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ : ଆସନ୍ତା ୨୬ରେ ସୂର୍ଯ୍ୟପରାଗ ପାଇଁ ୨୫ ତାରିଖ ରାତି ୮ଟା ୨୦ରୁ ଶ୍ରୀମନ୍ଦିର ରାତିସାରା ଖୋଲା ରହିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସୂଚନାନୁଯାୟୀ, ଡିସେମ୍ଵର ୨୬ ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟଙ୍କୁ ଗ୍ରହଣ ସ୍ପର୍ଶ କରିବ। ତେଣୁ ଡିସେମ୍ବର ୨୫ ରାତି ୮ଟା ୨୦ମିନିଟରୁ ପାକତ୍ୟାଗ ସହ ଅନ୍ନଭୋଜନ ଓ ଦେବନୀତି ନିଷେଧ କରାଯାଇଛି। ତେଣୁ ଏହି ସମୟ ପରଠାରୁ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦେବନୀତି ନିଷେଧ କରାଯାଇଛି। ଏହି ସମୟ ପରଠାରୁ ଶ୍ରୀମନ୍ଦିରରେ କୌଣସି ବି ନୀତି ସଂପାଦନ ହେବନି। ୨୫ ତାରିଖ ରାତି ୮ଟା ୨୦ ରୁ ୨୬ ତାରିଖ ୮ଟା ୨୦ ମିନିଟ୍ ୮ ସେକେଣ୍ଡ ଯାଏଁ ଶ୍ରୀମନ୍ଦିରରେ ପହୁଡ ସହ ଅନ୍ୟାନ୍ୟ ନୀତି ନିଷେଧ କରାଯାଇଛି। ଫଳରେ ପହୁଡ ନୀତି ନହେବା କାରଣରୁ ୨୫ ତାରିଖ ରାତିସାରା ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ ରାତିସାରା ଶ୍ରୀମନ୍ଦିର ଖୋଲା ରହିବ। ଭକ୍ତମାନେ ଶ୍ରୀମନ୍ଦିର ଯାଇପାରିବେ। ମହାପ୍ରଭୁଙ୍କ ଦର୍ଶନ କରିପାରିବେ। କିନ୍ତୁ ମହାପ୍ରଭୁଙ୍କ ଦର୍ଶନ କେତେ ସମୟ ହୋଇପାରିବ ସେନେଇ କୌଣସି ନିଷ୍ପତି ନିଆଯାଇ ନାହିଁ।୨୬ତାରିଖ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଅନୁଷ୍ଠିତ ହେବ। ଏହାପରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଆରମ୍ଭ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ