ଷ୍ଟଡି ଏଣ୍ଡ ରିସର୍ଚ୍ଚ ସୋସାଇଟିର ବାର୍ଷିକ ଅଧିବେଶନ

ବୁଗୁଡା,(ୱାଏନଏସ): ବୁଗୁଡାର ପ୍ରତିଷ୍ଠିତ “ଷ୍ଟଡି ଏଣ୍ଡ ରିସର୍ଚ୍ଚ ସୋସାଇଟି” ପକ୍ଷରୁ ପ୍ରତିଷ୍ଠାନର ବାର୍ଷିକ ଅଧିବେଶନ ସ୍ଥାନୀୟ ବୁଗୁଡ଼ା ହାଇସ୍କୁଲ ଛକ ନିକଟସ୍ଥ ହୋଟେଲ ଓଡିଆନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର ଉଦଘାଟନ କରିଥିଲେ। ପ୍ରଥମ ଅଧିବେଶନରେ ଗବେଷକ ଡକ୍ଟର ବ୍ରଜ କିଶୋର ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ କବି ସୁଶାନ୍ତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମ ଅଧିବେଶନରେ “ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀର ବିକାଶ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ବିବରଣୀ ପାଠ କରିଥିଲେ। ଦ୍ୱତୀୟ ଅଧିବେଶନରେ “ସାମ୍ପ୍ରତିକ ସାହିତ୍ୟ ଏହାର ଭବିଷ୍ୟତ” ବିଷୟ ସମ୍ପର୍କରେ ଆଲୋଚନା ଏବଂ ପରେ ପରେ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଘୁନାଥ ସାହୁ ଓ ପ୍ରସନ୍ନ କୁମାର ଦାଶ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର ସଂଯୋଜନା କରିଥିଲେ। ଶେଷରେ ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ