ଉସ୍ତାପଡ଼ାରେ ରାମଲାଲାଙ୍କ ସଦୃଶ୍ୟ ଗଣେଶ ମୂର୍ତ୍ତି

ପୋଲସରା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତର ଉସ୍ତାପଡା ଗ୍ରାମରେ ଅଯୋଧ୍ୟାର ରାମଲାଲାଙ୍କ ସଦୃଶ୍ୟ ଗଣେଶ ମୂର୍ତ୍ତି ପୂଜା ପାଇଥିବା ଦେଖିବାକୁ ମିଳିଛି। ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ପବିତ୍ର କୁମାର ରାଉତ ୨୫ ବର୍ଷ ହେଲା ନିଜ ଗ୍ରାମ ଉସ୍ତାପଡାର ଯୁବକ ସଂଘ ସଦସ୍ୟଙ୍କ ସହଯୋଗ କ୍ରମେ ଗଣେଶ ପୂଜା କରି ଆସୁଛନ୍ତି। ଚଳିତ ବର୍ଷ ଆଡମ୍ବର ସହ ୫୫ ଫୁଟର ତୋରଣ ନିର୍ମାଣ ସହ ୧୨ ଫୁଟ ଉଚ୍ଚତାର ରାମଲାଲାଙ୍କ ସଦୃଶ୍ୟ ଗଣେଶ ପ୍ରତିମୂର୍ତ୍ତି ନିଜେ ନିର୍ମାଣ କରି ପୁଜା କରିଛନ୍ତି। ନିହାତି ଏକ ପଲ୍ଲୀ ଗ୍ରାମରେ ସହରି ଢାଞ୍ଚାରେ ୫୫ ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ ସହ ୧୨ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି ନିର୍ମାଣ କରି ଶାନ୍ତି ଶୃଙ୍ଖଳା ସହ ପୂଜାର୍ଚ୍ଚନା ହୋଇଥିବା ଗ୍ରାମର ଦୃଢ଼ ଏକତା ବିଷୟ ନେଇ ସୂଚନା ପ୍ରଦାନ କରୁଥିବା ଜଣାପଡିଛି। ସେହିପରି ସରପଞ୍ଚ ରାଉତ ଜଣେ ଦକ୍ଷ କଳାକାର ସହ ଜଣେ ଜନପ୍ରିୟ ଲୋକପ୍ରତିନିଧିର ପରିଚୟ ସୃଷ୍ଟି କରିପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ