ଦଶହରା ପୂଜା ପାଇଁ ମାଟି ଅନୁକୂଳ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ଫାଣ୍ଡି
ଛକ ଠାରେ ଗତ ୪୫ ବର୍ଷ ହେବ ଦୂର୍ଗା ପୂଜା କମିଟି ପକ୍ଷରୁ ଦୂର୍ଗା ପୂଜା ହୋଇ ଆସୁଛି ବୋଲି କମିଟି ମୁଖ୍ୟ ସୁରେନ୍ଦ୍ର ମୋହନ ବିଟି ପ୍ରକାଶ କରିଛନ୍ତି। ଦୂର୍ଗା ପୂଜା ପାଇଁ ମଙ୍ଗଳବାର ଦିନ ମାଟି ଅନୁକୂଳ କାର୍ଯ୍ୟ କରାଯାଇଛି। ପୂଜକ ଚିଣ୍ଟୁ ମୁଖାର୍ଜୀ, ଭଗବାନ ପାଢୀ, କର୍ତ୍ତା ଭଗବାନ ଦୁବେ, କମିଟି ସମ୍ପାଦକ ଦେବେନ୍ଦ୍ର ମଲ୍ଲିକ, କୃଷ୍ଣ ଚନ୍ଦ୍ର ବାରିକ, ନିରଞ୍ଜନ ମହାନ୍ତି, ଗିରିଧାରୀ କର୍ଣ୍ଣାଳି, ରାମଚନ୍ଦ୍ର ମହାନ୍ତି, ବିପିନ ବିହାରୀ ମିଶ୍ର, ସୁବାସ ସ୍ଵାଇଁ, ଅଲେଖ ଓଝା, ଉମାକାନ୍ତ ପ୍ରଧାନ ପ୍ରମୁଖ ବାଜା ବଜାଇ, ବାଣ ଫୁଟାଇ ଏକ ଶୋଭାଯାତ୍ରାରେ ପ୍ରାଚୀ ନଦୀର ପୁନର୍ଭା ତୀର୍ଥକୁ ଯାଇ ସେଠାରୁ ମାଟି ଅନୁକୂଳ କରି ପୂଜା ସ୍ଥଳକୁ ଫେରିଥିଲେ। ଅନୁକୂଳ ମାଟି ଅଣା ଯିବା ପରେ ବୁଧବାର ଠାରୁ ମାଙ୍କ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।


