ମା’କୁତାମଚଣ୍ଡୀ ହେଲ୍ପ କ୍ଳବ ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତର ଗଙ୍ଗଦା (ମଝିପଡା) ମା’କୁତାମ ଚଣ୍ଡୀ ହେଲ୍ପ କ୍ଳବ ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର କ୍ଳବର ସଦସ୍ୟମାନେ ଗ୍ରାମରେ ଥିବା ଏକ ଦଳ ପୂର୍ଣ୍ଣ ପୋଖରୀକୁ ସଫା କରିଥିଲେ । ପରେ ଗ୍ରାମବାସୀ ଓ କ୍ଳବର ସଦସ୍ୟ ମାନଙ୍କ ଦ୍ୱାରା ଏକ ସାଧାରଣସଭାର ଆୟୋଜନ କରାଯାଇଥିଲା । ଗାଁ ମଧ୍ୟରେ ଥିବା ଦଳପୂର୍ଣ୍ଣ ପୋଖରୀ ରହିବା ଫଳରେ ମଶା ମାଛି ଆଦି ଜାତ ହେଉଛନ୍ତି । ଯେଉଁ ମାନେ କି ସଂକ୍ରାମକ ରୋଗର ବାହକ ଅଟନ୍ତି । ମଶା କାମୁଡିବା ଦ୍ୱାରା ଡେଙ୍ଗୁ, ମ୍ୟାଲେରିଆ, ମାଛିମାନଙ୍କ ଦ୍ୱାରା ଝାଡା ବାନ୍ତି ବ୍ୟାପି ଥାଏ । ତେଣୁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସଂଘର ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସଦସ୍ୟମାନେ ହାତରେ ପ୍ଲା-କାର୍ଡ ଧରି ଜଳ,ଗଛ ଓ ପରିବେଶ ଉପରେ ସଚେତନତାମୂଳକ ବାର୍ତା ପ୍ରଦାନ କରିଥିଲେ । ପ୍ରତି ସପ୍ତାହରେ ନିଜ ଗାଁ ବ୍ୟତୀତ ପଂଚାୟତସ୍ତରରେ ଉକ୍ତ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ସଦସ୍ୟମାନେ ସ୍ଥିର କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଳବର ସଦସ୍ୟ ଲିଙ୍ଗରାଜ ସାହୁ, ପବିତ୍ର ମହାରଣା, ଅନିଲ ଜେନା, ପପୁ ସାହୁ, ବିଶ୍ୱନାଥ ମହାରଣା, ବିଶ୍ୱନାଥ ଜେନା, ରାଜା ଦାସ, ଦିପକ ମଲ୍ଲିକଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ