ଭସାଣି ଉତ୍ସବରେ ଦୁଲୁକିଲା ହିଞ୍ଜିଳିକାଟୁ ଟ୍ରାଫିକ ସମସ୍ୟା ଉତ୍କଟ, ଫସିଲା ଆମ୍ବୁଲାନ୍ସ

ହିିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ସହର ଐତିହ ସମ୍ପନ୍ନ ସହରରେ ଗଣେଷ ପୂଜା ମେଳଣ ଓ ଭସାଣି ଉତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ତତ୍ତ୍ୱାବଧାନରେ ସହରରେ ପୁଜାପାଉଥିବା ୩୫ ରୁ ଉର୍ଦ୍ଧ୍ୱ ମେଢ଼ର ଭସାଣି ଉତ୍ସବ ସୋମବାର ସନ୍ଧ୍ୟାରେ ମିନି ଷ୍ଟାଡ଼ିୟମରେ ମେଳଣ ହୋଇଥିଲା । ସହରର ହିଞ୍ଜିଳି , ତରାତାରିଣି ରୋଡ଼, ଥାନାତୋଟା ସାହି, ଆଙ୍କୋରଡ଼ା ରାଜାତୋଟା ସାହି, ବଇଁଚ ବଣିଆ ଛକ, ରଙ୍ଗୁଣି ସାହି,ହିଞ୍ଜିଳି ବଡ଼ସାହି, ହିଞ୍ଜିଳି କରୁଣାକର ମାର୍ଗ, ଆଙ୍କୋରଡ଼ା ନୁଆସାହି,ଶ୍ରୀରାମ ନଗର,କେଉଟ ସାହି,ରେଗିଡ଼ି ସାହି,ଲକ୍ଷ୍ମୀବଜାର ହରିଜନସାହି,ପାଟଣା ସାହି, ରଜାତୋଟା ସାହି, ଲକ୍ଷ୍ମୀନୃସିଂହ ମାର୍ଗ ସମେତ ଅନ୍ୟାନ୍ୟ ସାହି ବସ୍ତିରେ ପୂଜାପାଉଥିବା ମେଢ ଗୁଡିକ ପ୍ରଥମେ ନିଜ ନିଜ ସାହିରେ ପରିକ୍ରମା କରିବା ପରେ ବାଦ୍ୟ ବାଜଣା, ଘଣ୍ଟ ଧ୍ୱନି, ହରିବୋଲ, ହୁଳହୁଳି ଧ୍ୱନି ସହ ପଟୁଆରରେ ଆସି ବୃନ୍ଦାବନ ମିନିଷ୍ଟାଡ଼ିୟମରେ ପହଞ୍ଚି ମେଳଣରେ ଭାଗ ନେଇଥିଲେ । ପରେ ସମସ୍ତ ମେଢ଼ ଶୋଭାଯାତ୍ରାରେ ବାହାରିଥିଲା । ବିଭିନ୍ନ ପ୍ରକାର ନୃତ୍ୟ ଗୀତ,ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସଂଙ୍ଗୀତର ତାଳେ ତାଳେ ସମସ୍ତ ଗଣେଷ ପୁଜା କମିଟିର ସଦସ୍ୟ ଝୁମି ଉଠିଥିଲେ । ସ୍ଥାନୀୟ ସହରର ଘୋଡାହାଡ ନଦୀ ନିକଟସ୍ଥ ଭଗବତୀ ପୀଠ ଠାରେ ପୈାର ପ୍ରଶାସନ ପକ୍ଷରୁ ନିର୍ମିତ କୃତ୍ତିମ ପୋଖରୀ ପରିସରରେ ସାମୁହିକ ମେଢ଼ ବିସର୍ଜନ କାର୍ଯ୍ୟକ୍ରମ ହୋଇଥିଲା ।‌ସାମୁହିକ ବିସର୍ଜନ ଅନୁଷ୍ଠିତ ହେଉଥିବା ଯୋଗୁଁ ପ୍ରବଳ ଭିଡ଼ ହୋଇଥିବା ବେଳେ ଷ୍ଟାଡ଼ିୟମ ଠାରୁ ଘୋଡ଼ାହଡ଼ ନଦୀ ପଠା ପର୍ଯ୍ୟନ୍ତ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ମହିଳା, ପିଲାଛୁଆଙ୍କ ଠାରୁ ଆବାଳ ବୃଦ୍ଧ ବନିତା ଉପଭୋଗ କରିଥିଲେ । ପୂଜା କମିଟିଙ୍କ ସମେତ ବହୁ ବୁଦ୍ଧିଜିବୀ ଓ ସହରର ଜନସାଧାରଣ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ଫୋର୍ସଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଚଳିତ ବର୍ଷ ଗଣେଶ ପୂଜା ଠାରୁ ବିଭିନ୍ନ ଅସ୍ଥାୟୀ ପୂଜା ମଣ୍ଡପ ଗୁଡିକରେ ଅଶ୍ଳୀଳ ସଙ୍ଗୀତ ସାଙ୍ଗକୁ ଡିଜେର ବିକଟାଳ ଶବ୍ଦରେ ବହୁ ସାହିବାସିନ୍ଦା ଅସନ୍ତୋଷ ପ୍ରକାଶ କରିଥିଲେ ।‌ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ମିଳିତ ଭସାଣୀ ଉତ୍ସବରେ ବହୁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ସହର ମଧ୍ୟସ୍ଥ ୫୯ ନମ୍ବର ଜାତୀୟ ରାଜପଥରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ବ୍ରହ୍ମପୁର – ଆସିକା ଦେଇ ଯାତାୟତ କରୁଥିବା ବହୁ ଯାତ୍ରୀବାହୀ ବସ୍ ସମେତ କିଛି ଆମ୍ବୁଲାନ୍ସ ସହରର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ