ହାତୀଓଟରେ ସବ୍ ଜୋନ୍ ସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା

ପୋଲସରା,(ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମର ନୋଡାଲ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମରେ ସେପ୍ଟେମ୍ବର ୧୪ ତାରିଖ, ଶନିବାର ଦିନ ସବ୍ ଜୋନ୍ ସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୩୩ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଏବଂ ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ୧୭ ବର୍ଷରୁ କମ୍ ୪୫୦ ଜଣ ଛାତ୍ରଛାତ୍ରୀ ଓ ୧୪ ବର୍ଷରୁ କମ ୧୯୩ ଜଣ ଛାତ୍ରଛାତ୍ରୀ ମୋଟ ୬୪୩ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତା ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାତୀଓଟ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ଆଇନଜୀବୀ ସୁଶାନ୍ତ କୁମାର ସାହୁ ଯୋଗଦେଇ କ୍ରୀଡା ପତକା ଉତ୍ତୋଳନ କରିଥିଲେ। ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତା ସଭାରେ ଅଂଶ ଗ୍ରହଣ କରିଥିବା ଖେଳାଳି ବୃନ୍ଦ କ୍ରୀଡା ଶୃଙ୍ଖଳା ପାଇଁ ଶପଥପାଠ କରିଥିଲେ। ପୋଲସରା ବ୍ଳକର କ୍ରୀଡା ସଂଗଠନ ସମ୍ପାଦକ ଜ୍ଞାନ ରଞ୍ଜନ ଜାଲି ଖେଳାଳୀ ବୃନ୍ଦଙ୍କୁ ଶପଥ ପାଠ କରରଇବା ସହ କ୍ରୀଡା ପରିଚାଳନା କରିଥିଲେ। ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବୃନ୍ଦ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ। ଏହି ଜୋନ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଖେଳାଳିମାନେ ସେପ୍ଟେମ୍ବର ୧୫ ତାରିଖ ବ୍ଳକ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ