ସରସ୍ୱତୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରସ୍ଥିତ ସରସ୍ୱତୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ଜେନା ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ପରେ ହିନ୍ଦୀ ଦିବସ ସମ୍ବନ୍ଧିତ ଏକ ସମବେତ ନୃତ୍ୟ ପରିବେଷଣ କରାଯାଇଥିଲା । ହିନ୍ଦୀ ଦିବସ ଉପରେ ଛାତ୍ରଛାତ୍ରୀମାନେ ନିଜ ନିଜର ବକ୍ତବ୍ୟ ରଖିବା ସହିତ ପାଠ୍ୟକ୍ରମ ଆଧାରିତ ପ୍ରକଳ୍ପ ଗୁଡିକୁ ଉପସ୍ଥାପନା କରିଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁ କହିଥିଲେ ଯେ ହିନ୍ଦୀ ଭାଷା କେବଳ ଭାରତ କାହିଁକି ସାରା ବିଶ୍ୱକୁ ଗୋଟିଏ ସୁତ୍ରରେ ଯୋଡିବା ପାଇଁ ଏକମାତ୍ର ଭାଷା ରୂପେ ଆଜି ବିରାଜମାନ । କାହିଁକି ନା ବିଶ୍ୱର ସମସ୍ତ ମାନବ ସମାଜ ଏହି ଭାଷାକୁ ବୁଝି କହିବା ପାଇଁ ସକ୍ଷମ ହୋଇପାରିଛନ୍ତି । ଭାରତୀୟ ସମ୍ବିଧାନ ଏହି ଭାଷାକୁ ୧୪ସେପ୍ଟେମ୍ବର ୧୯୪୯ମସିହାରେ ସ୍ୱୀକୃତି ଦେବା ପର ଠାରୁ ଆମ ଦେଶ ସେହି ଦିବସକୁ ପ୍ରତ୍ୟେକ ବର୍ଷ ହିନ୍ଦୀ ଦିବସ ରୂପେ ପାଳନ କରି ଆସୁଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ହିନ୍ଦୀ ହେଉଛି ଏକ ସରଳ ଭାଷା । ଏହି ଭାଷାକୁ ଶିକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକତା ରହିଛି । କାରଣ ଯେତେବେଳେ ଆମେ ଦେଶ ବିଦେଶକୁ ଯିବା ସେତେବେଳେ ଏହି ଭାଷାର ବହୁ ଗୁରୁତ୍ୱ ରହିଛି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଧୁସ୍ମିତା ଲେଙ୍କା, ମାନସ ତରାଇ, ସୁଜାତା ସାହୁ, ଲକ୍ଷ୍ମୀ ନାୟକ, ଶଙ୍କର୍ଷଣ ମେକାପ, ସାବିତ୍ରୀ ସାହୁ, ଜୟନ୍ତୀ କୁମାରୀ ମହାନ୍ତି, ଆରତୀ ଖଟୁଆ, ସବିତା ରାଉତରାୟ, ଦୀପା ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ରାଇସନ ମାରାଣ୍ଡି ଧନ୍ୟ ବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ