ବାଇକ ଧକ୍କାରେ ନାବାଳକ ଗୁରୁତର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବାଇକ ସହିତ ସାଇକଲ ଧକ୍କା ହୋଇ ଦଶମ ଶ୍ରେଣୀର ଛାତ୍ର ଗୁରୁତର ହୋଇଥିବା ସୂଚନା ମଳିଛି। ସୂଚନା ପ୍ରକାରେ, ବେଲଗୁଣ୍ଠା ଗ୍ରାମ ଆଳିଆ ସାହିର ସୂର୍ଯ୍ୟ ଜେନାଙ୍କ ପୁଅ ଆଲୋକ ଜେନା କୌଣସି କାମରେ ତୁଳସୀ ନଗରରେ ରହୁଥିବା ସାଙ୍ଗ ପଖକୁ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ସ୍ପ୍ଲେଣ୍ଡର ବାଇକ ସହିତ ଅଚାନକ ଧକ୍କା ହେବା ଫଳରେ ସାଇକଲରେ ଥିବା ଆଲୋକ ଛିଟିକି ହୋଇ ତଳେ ପଡିଯାଇଥିଲା। ଫଳରେ ଛାତିରେ ଗଭୀର ଆଘାତ ଲାଗି ସେନ୍ସ ପଳେଇଯାଇଥିଲା। ଏହାପରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ଆଲୋକକୁ ଉଦ୍ଧାର କରି ଅଟୋ ଯୋଗେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଉପସ୍ଥିତ ଥିବା ଡାକ୍ତର ଆଲୋକର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭଞ୍ଜନଗର ଉପଖଣ୍ଡକୁ ପଠେଇ ଦେଇଥିଲେ। କିନ୍ତୁ ଭଞ୍ଜନଗର ମେଡ଼ିକାଲରେ ବି ଆଲୋକର ସେନ୍ସ ନଫେରିବାରୁ ବ୍ରହ୍ମପୁର ବଡ ମେଡିକାଲ କୁ ରେଫେର କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ