ପେଟ୍ରୋଲରେ ଭେଜାଲ , ତଦନ୍ତ ଦାବୀ

ମୋହନା, ( ଅଂଶୁମାନ ପଣ୍ଡା ) : ମୋହନା ଅଞ୍ଚଳରେ ଆସିଛି ବଡ଼ ଘୋଟଲା । ଅଞ୍ଚଳବାସି ଓ ଗାଡ଼ି ଚାଳକ ମାଲିକମାନେ ଗତ କିଛି ଦିନ ହେଲା ପେଟ୍ରୋଲ ଓ ଡିଜେଲରେ କିରସିନ ମିଶାଇ ଭେଜାଲ କରା ଯାଉଥିବା ଅଭିଯୋଗ କରିଛନ୍ତି । କିରୋସିନୀ ଦ୍ୱାରା ଗାଡି ତୁରନ୍ତ ଖରାପ ହେଉଥିବା ଲୋକମାନେ କହିଛନ୍ତି । ଏପରିକି ଗତକାଲି ଏକ ଡିଜେଲ ଓ ପେଟ୍ରୋଲ ନେଇ ଆସିଥିବା ଗାଡ଼ିରେ କିରସିନମିଶା ଯାଇଥିବା କିଛି ଅଞ୍ଚଳ ବାସି ଦେଖିଥିଲେ ସେଠି ପଚରିବାରୁ ସେ ଲୋକମାନଙ୍କୁ ସେଠାରେ ତଡି ଦିଆଯାଇଥିଲା । ଏପରିକି ବିଭିନ୍ନ ସମୟରେ ତେଲରେ ବ୍ୟବହାର କରାଯାଉଥିବାରୁ ଲୋକେ ହନ୍ତସନ୍ତ ହେଉଥିବା କହିଥିବାବେଳେ ଏ ସମ୍ପର୍କରେ କୌଣସି ଅଭିଯୋଗ ଆସିନଥିବା ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି । ତେବେ ତୁରନ୍ତ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ