ପୋଖରୀରୁ ମିଳିଲା ୨ ମୃତଦେହ ଉଭୟ ପୋଟଲାମପୁର ପଂଚାୟତ ର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଥାନା ଅନ୍ତର୍ଗତ ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀ କଂସାରୀ ଗଣ୍ଡରୁ ସୋମବାର ଜଣେ ଓ ଗଙ୍ଗାପୁର ଅମୃତସର ପୋଖରୀରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀ କଂସାରୀ ଗଣ୍ଡରେ ମୁନିସିପେଣ୍ଠ ଗାଁର ଭଗବାନ ହାତୀ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଛତ୍ରପୁର ଓଡ୍ରାଫ ଓ ଅଗ୍ନିଶମ ଟିମ ବୋଟ ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ସୋମବାର ଭଗବାନ ଙ୍କ ମୃତଦେହ ମିଳିଛି। ସେହିପରି ଗଙ୍ଗାପୁର ଗାଁ ର ଅମୃତ ସର ପୋଖରୀରେ ସୋମବାର ଜଣେ ବୃଦ୍ଧ ବୁଡି ନିଖୋଜ ହୋଇଯାଇଥିଲେ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ସେହେଲେ ମାଗା ଶାସମଲ ( ୬୫) ଉଭୟ ମୃତକଙ୍କ ଘର ପୋଟଲାମପୁର ପଞ୍ଚାୟତର ବୋଲି ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ ସୂଚନା ଦେଇଛନ୍ତି । ଉଭୟ ଙ୍କ ଶଵ ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ମେଡିକାଲ କୁ ପଠାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ