ଶ୍ରୀରାମ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ପ୍ରତିଷ୍ଠା ଦିବସ
କଟକ, (ଯୁଗାବ୍ଦ ନ୍ୟୁଜ):୪୨ ମୌଜାର ଶ୍ରୀରାମ ଗ୍ରାମରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅବିନାଶ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ମୁଖ୍ୟ ବକ୍ତା ଭାବେ ପ୍ରଧ୍ୟାପକ ଡ.ଏସକେ କଲିମୁଲ୍ଲା,ସମ୍ମାନିତ ଅତିଥି ଭାବେ ବିଇଓ ଅନନ୍ତ ଚରଣ ଦେହୁରି, ବେଣ୍ଟକାର ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ କଳ୍ପତରୁ ପାଗଲ,ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା,ଶିକ୍ଷାବିତ୍ ସ୍ଵାଧୀନ ଶେଖର ଷଡ଼ଙ୍ଗୀ ଓ ସରପଞ୍ଚ ରବି ନାରାୟଣ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇ ଯାଇଥିବା ୨୨ ଟି ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ପତିତପାବନ ମହାପାତ୍ର, ଅଜିତ ନାଟିଆ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।


