ମାର୍କଣ୍ଡୀ ଗ୍ରାମରେ ସୁନାମି ସଚେତନତା କାର୍ଯ୍ୟକ୍ରମ

ଗଂଜାମ, (ବିନୋଦ ପଲାଇ):ରଙ୍ଗେଈଲୁଣ୍ଡା ବ୍ଲକ ଅଧିନସ୍ଥ ମାର୍କଣ୍ଡୀ ଗ୍ରାମରେ ରିଲିଆନ୍ସ ଫାଉଣ୍ଡେସନ ଓ କାମଧେନୁ ସେବା ସମିତି ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ସୁନାମି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା. ରିଲିଆନ୍ସ ଫାଉଣ୍ଡେସନର କର୍ମୀ ଜ୍ୟୋତିର୍ମୟ ବିଶ୍ୱାଳ ସୁନାମିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ସରକାରୀ ନିୟମବଳୀ ଗୁଡିକୁ ପ୍ରାଧାନ୍ୟ ଦେଇଥିଲେ. ଜରୁରୀକାଳୀନ ପ୍ରାକ ସୂଚନା, ଗୋଷ୍ଠୀ ସଚେତନତା ତଥା ବିପର୍ୟ୍ଯୟକୁ ମୁକାବିଲା କରିବା ପାଇଁ ଧର୍ଯ୍ୟ ହିଁ ମୂଳମନ୍ତ୍ର ବୋଲି ଅଂଶଗ୍ରହଣକାରୀ ମତପ୍ରକାଶ କରିବା ସହ ଏହି ସୂଚନାକୁ ପରିବାରରେ ଆଲୋଚନା କରିବାପାଇଁ ନିଷ୍ପତି ନେଇଥିଲେ. ତାଲିମଦାତା ଶ୍ରୀ ଟୁନା ମହାରଣା ରାଜ୍ୟର ଚିହ୍ନଟ କରାଯାଇଥିବା ସୁନାମି ପ୍ରବଣ ଅଂଚଳ ଭିତରେ ଏହି ଗ୍ରାମଟି ସ୍ଥାନ ପାଇଥିବାରୁ ଏଥିରୁ ନିଜକୁ ପ୍ରସ୍ତୁତି ରଖିବାପାଇଁ କୌଶଳ ମାନ ବର୍ଣନା କରିଥିଲେ. ବିସ୍ମୟ ଅନୁଷ୍ଠାନ ର ସଭାପତି ଶ୍ରୀ ବିମଳ ପଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ସରକାରୀ ଯୋଜନା ଓ ଗୋଷ୍ଠୀର ଦାୟିତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ. ସରପଞ୍ଚ ଶ୍ରୀମତୀ ବି. ଜ୍ୟୋତି , ସମିତି ସଭ୍ୟ ବି. ଆର୍ଯ୍ୟ , ବାତ୍ୟା ଅଶ୍ରୟସ୍ଥଳୀ ସମ୍ପାଦକ କେ. ମାଦେୟା ତଥା ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ରହି ସୁନାମିର ଭାୟାବହତା ଓ ପ୍ରସ୍ତୁତ ବିଷୟରେ ସଚେତନତା ପାଇଥିଲେ. ତତସହ ମାର୍କଣ୍ଡୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ସୁନାମି ବିଷୟ ସଚେତନତା ପାଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ