ଛେନାପଦି ପି.ଏସ.ଏସ ରେ ବିଶ୍ଵକର୍ମା ପୁଜା ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଛେନାପଦି ପି.ଏସ.ଏସ ରେ ବିଶ୍ଵକର୍ମା ପୁଜା ପାଳିତ ହୋଇଯାଇଛି l ଆଜି ଦିବା ୧୨ ଘଟିକା ସମୟରେ ନିକଟସ୍ଥ ପୁଷ୍କରଣୀ ରୁ କଳସ ଅଣାଯାଇ ତରତରା ଠାରେ ଥିବା ଷ୍ଟକ୍ଚର ରେ ପ୍ରଭୁ ବିଶ୍ଵକର୍ମା ଙ୍କ ବିଗ୍ରହ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା l ଶ୍ରୀକାନ୍ତ ବେହେରା କର୍ତ୍ତା ଭାବେ ପୁଜା କାର୍ଯ୍ୟ ସମାପନା କରିଥିବାବେଳ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ପଣ୍ଡା, ସଂକେତ ସାହୁ , ଲାଇନ ମ୍ୟାନ ରାଖେଲ୍ ମହାନ୍ତି, ସୁରେନ୍ଦ୍ର ବିନ୍ଧାଣି, ଦେବାଶିଷ ମହାପାତ୍ର, ଜଗଦୀଶ ଯେନା, ଅକ୍ଷୟ ବେହେରା, ଶ୍ରୀକାନ୍ତ ପାଢ଼ୀ, ଅନନ୍ତ ସାହୁ, ବିଶ୍ୱଜିତ୍ ଶତପଥୀ, କାର୍ତ୍ତିକ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ l


