ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ କାର୍ଯ୍ୟଳୟ ଉଦଘାଟିତ
ଭଞ୍ଜନଗର,(ସନ୍ତୋଷ ଜେନା ):ଆସନ୍ତା ନଭେମ୍ବର ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗରରେ ଏକ ବିଶ୍ୱଶାନ୍ତି ମହାଯଜ୍ଞ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ପାଳିତ ହେବ। ଏନେଇ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗତକାଲି ଏଥିପାଇଁ ସହରର ମୁଖ୍ୟ ରାସ୍ତାରେ କାର୍ଯ୍ୟାଳୟକୁ ଶୁଭାରମ୍ଭ କରାଯାଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ନଗରପାଳ ଗୋପବନ୍ଧୁ ମହାପାତ୍ର,ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ତଥା ଦେଶର ଅନେକ ସ୍ଥାନରୁ ବହୁ ସାଧୁସନ୍ଥ ଏଥିରେ ଯୋଗ ଦେବା ପାଇଁ ସ୍ଥିର ହୋଇଥିବା ବେଳେ କିଭଳି ସୁରୁଖୁରୁରେ ସମସ୍ତଙ୍କ ସହଯୋଗରେ ଏହା ସମ୍ପାଦନା ହେବ ସେଦିଗରେ ସମସ୍ତଙ୍କ ସଂପୃକ୍ତି ଆବଶ୍ୟକ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ।ବୈଦିକ ପୁରୋହିତ ଉପେନ୍ଦ୍ର କୁମାର ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ।ଏଥିରେ ୨୧ କୁଣ୍ଡିୟ ଘୃତଯଜ୍ଞ ସହ ନାମ ଯଜ୍ଞ,ଅନ୍ନଯଜ୍ଞ, ଗୋଯଜ୍ଞ ଓ ଜ୍ଞାନ ଯଜ୍ଞ ଭଳି ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରତିଦିନ ପାୟ ୧୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ପ୍ରସ୍ତୁତି କରାଯାଉଥିବା ବେଳେ ତାକୁ ସଠିକ ପରିଚାଳନା କରିବା ନିମନ୍ତେ କାର୍ଯ୍ୟାଳୟ ଶୁଭାରମ୍ଭ କରାଯାଇଛି।ସମସ୍ତ ସ୍ବେଛାସେବୀ ଅନୁଷ୍ଠାନ,ଧାର୍ମିକ,ବ୍ୟବସାୟିକ ପ୍ରତିଷ୍ଠାନର ସଦସ୍ୟ ଏବଂ ବହୁ ବୃଦ୍ଧିଜୀବୀ ଉପସ୍ଥିତ ଥିଲେ। ଉପସଭାପତି ଅକ୍ଷୟ କୁମାର ନାୟକ,ସହ ସମ୍ପାଦକ ସୁରେନ୍ଦ୍ର ବିଷୋୟୀ,କୋଷାଧକ୍ଷ କେ.ଶଙ୍କର ନାରାୟଣ ପାତ୍ର,ସୁଧୀର ରଞ୍ଜନ ବେହେରା,ସନ୍ତୋଷ କୁମାର ତିଆଡି,ଶିବ ପ୍ରସାଦ ମହାପାତ୍ର,କେ ଇଶ୍ବର ରାଓ ଅଚାରୀ,ଜୟରାମ ସୁବୁଦ୍ଧି,ଦେବେନ୍ଦ୍ର ପ୍ରସାଦ ମିଶ୍ର,ପର୍ଶୁରାମ ସ୍ୱାଇଁ,ପଦ୍ମଚରଣ ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ।


