ଗୋଟିଏ ପ୍ଳଟ୍‌ରେ ଏକାଧିକ ହିତାଧିକାରୀଙ୍କ ନାମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଗ୍ରାମାଂଚଳର ଲୋକମାନେ ଜୈବିକ ଖତ ବ୍ୟବହାର କରି ପୃଷ୍ଟିକର ପରିବା ଉତ୍ପାଦନ କରିପାରିବେ । ଯାହାଦ୍ୱାରା ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାରକ୍ଷମ କରିପାରବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ମୋ’ ଉପକାରୀ ବଗିଚା ନାମରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଜଗତସିଂହପୁର ନାଉଗାଁ ବ୍ଳକରେ ଏହି ଯୋଜନାରେ ଚଂଚକତା କରାଯାଇଥିବା ଅଭିଯୋଗ ହେଉଛି । ଏହି ବ୍ଲକରେ ମୋ’ ଉପକାରୀ ବଗିଚାଳଙ୍କ ବ୍ୟକ୍ତିଗତ ଭାବେଦର୍ଶାଇ ଗୋଷ୍ଠୀଭିତିକ ବିଲ୍ ପ୍ରଦାନ କରାଯାଉଛି । ଏପରିକି ଗୋଟିଏ ପ୍ଳଟ୍ ଦର୍ଶାଯାଇ ଏକାଧିକ ହିତାଧିକାରୀଙ୍କ ନାମରେ ବିଲ୍ କରାଯାଇଥିବା ଜଣାଯାଇଛି । ନିୟମାନୁସାରେ ବ୍ୟକ୍ତିଗତ ମୋ’ ଉପକାରୀ ବଗିଚା ପାଇଁ ଗୋଟିଏ ପ୍ଲଟ୍ ଦର୍ଶାଯିବ, ଯାହାକି ୧୩୫୨ ବର୍ଗଫୁଟ ହୋଇଥିବ । ଏହା ମଧ୍ୟରେ ଜଳ ସଂରକ୍ଷଣ ପାଇଁ ଗୋଟିଏ ପିଟ୍ ଓ ଜୈବିକ ଖତ ପାଇଁ ଅନ୍ୟ ଏକ ପିଟ୍ ରହିବ । ଯାହାଫଳରେ ଏହି ପିଟ୍‌ରୁ ଚାଷୀ ରାସାୟନିକ ସାର ପରିବର୍ତେ ଜୈବିକ ସାର ଓ ଆବଶ୍ୟକୀୟ ପାଣି ଚାଷ ପାଇଁ ବ୍ୟବହାର କରିପାରିବେ । ସେହିପରି ୨ଟି ପିଟ୍‌କୁ ଛାଡି ଦେଲେ ୪ ଫୁଟ ବ୍ୟବଧାନରେ ୭ଟି ଆନ୍ଧି ଓ ୨ ଆନ୍ଧି ମଧ୍ୟରେô ୧ଫୁଟର ପାଣି ନାଳ ରହିବ । ଏହା ସହିତ ୨ଟି ମନ୍ଦା ଏବଂ ଚତୁଃପାଶ୍ୱର୍ରେ ବିଭିନ୍ନ ପରିବା ଜାତୀୟ ଗଛ ଯଥା ସଜନା, ଅମୃତଭଣ୍ଡା ଆଦି ଗଛ ଲଗାଯିବ । ଏହି ବଗିଚାକୁ ସୁରକ୍ଷା ଦେବା ପାଇଁ ଚତୁଃପାଶ୍ୱର୍ରେ ସବୁଜ ବାଡ ଓ ଗୋଟିଏ ପାଶ୍ୱର୍ରେ ବଗିଚାକୁ ଯିବା ଆସିବା କରିବା ପାଇଁ ବାଉଁଶ ଗେଟ ରହିବ । କିନ୍ତୁ ବ୍ଳକରେ ଏହି ନିୟମକୁ ଖୁଲମଖୁଲା ଉଲଘଂନ କରାଯାଉଥିବା ଅଭିଯୋଗ ହେଉଛି । ଅଧିକାଂଶ ପଂଚାୟତରେ ବଗିଚା ନିର୍ମାଣ କରାଯାଇଥିବା ଦର୍ଶାଯାଇଥିବା ବେଳେ ଗୋଟିଏ ହେଲେ ବଗିଚା ନ ଥିବା ଜଣାଯାଇଛି । ବଗିଚା ନିମ଼ର୍ାଣ ପାଇଁ ବ୍ଳକର ପଂଚାୟତ ଗୁଡିକୁ ଅନୁଧ୍ୟାନ କଲେ ବଛାଳୋ ପଂଚାୟତରେ ୧୦ଜଣ ଚାଷୀଙ୍କ ପାଇଁ ଗୋଟିଏ ପ୍ଳଟ ନମ୍ବର ୧୦୫୭ ଦର୍ଶାଯାଇଛି । ସେହିପରି ୩ଜଣ ଚାଷୀଙ୍କ ପାଇଁ ୧୦୫୮, ୧୦ଜଣ ଚାଷୀଙ୍କ ପାଇଁ ପ୍ଳଟ ନମ୍ବର ୨୪୫, ୧୦ ଜଣ ଚାଷୀଙ୍କ ପାଇଁ ପ୍ଳଟ ନଂ ୫୪୫/୬୪୫ ଦର୍ଶାଯାଇଛି । ସେହିପରି ନାଉଗାଁ ପଂଚାୟତରେ ୧୪ଜଣ ଚାଷୀଙ୍କ ପାଇଁ ପ୍ଳଟ ନଂ ୧୨୪୮, ୧୨ଜଣ ଚାଷୀଙ୍କ ପାଇଁ ପ୍ଳଟ ନଂ ୫୯୪, ୧୧ଜଣ ଚାଷୀଙ୍କ ପାଇଁ ପ୍ଳଟ ନଂ ୨୩୫୭ , ଓଷକଣା ପଂଚାୟତରେ ୭ଜଣ ଚାଷୀଙ୍କ ପାଇଁ ପ୍ଳଟ ନମ୍ବର ୨୫୮, ୬ଜଣ ଚାଷୀଙ୍କ ପାଇଁ ପ୍ଳଟ ନମ୍ବର ୨୭୮, ତିରୁଣା ପଂଚାୟତରେ ୧୦ଜଣ ଚାଷୀଙ୍କ ପାଇଁ ପ୍ଳଟ ନମ୍ବର ୧୧୪୮,୧୦ଜଣ ଚାଷୀଙ୍କ ପାଇଁ ପ୍ଳଟ ନମ୍ବର ୧୦୨୩/୧୫୮୭, ଡେରିକି ପଂଚାୟତରେ ୧୦ଚାଷୀଙ୍କ ପାଇଁ ପ୍ଳଟ ନମ୍ବର୨୫୫୩, ୧୦ଚାଷୀଙ୍କ ପାଇଁ ପ୍ଳଟ ନମ୍ବର ୨୫୮୮ ଆଦି ରହିଥିବା ମନରେଗା ପୋର୍ଟାଲରେ ଦର୍ଶାଯାଇଛି । କେବଳ ଏହି ପଂଚାୟତ ନୁହେଁ ଯେଉଁ ସବୁ ପଂଚାୟତରେ ମୋ’ଉପକାରୀ ବଗିଚା କରାଯାଇଛି; ଅଧିକାଂଶ ସ୍ଥାନରେ ଗୋଟିଏ ପ୍ଳଟ୍‌ରେ ଏକାଧିକ ହିତାଧିକାରୀଙ୍କର ନାମ ରହିଥିବା ପୋର୍ଟାଲ ତଥ୍ୟରୁ ଜଣାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ବ୍ୟକ୍ତିଗତ ଗୋଟିଏ ପ୍ଳଟ୍‌ରେ ଏକାଧିକ ହିତାଧିକାରୀ କିପରି ଚାଷ କରୁଛନ୍ତି,ବିଭାଗୀୟ ଅଧିକାରୀ ଏକାଧିକ ଚାଷୀଙ୍କୁ ନେଇ କିପରି ବ୍ୟକ୍ତିଗତ ମୋ’ଉପକାରୀ ବଗିଚା ଦର୍ଶାଇଛନ୍ତି, ତାହା ସାଧାରଣରେ ପ୍ରଶ୍ନଚାଚୀ ସୃଷ୍ଟି କରିଛି । । ସୂଚନା ମୁତାବକ ବ୍ଳକର ୧୬ ଗୋଟି ପଂଚାୟତ ମଧ୍ୟରୁ କୋରୁଅ ଓ ଅଲଣା ପଂଚାୟତକୁ ଛାଡି ଦେଲେ ଅନ୍ୟ ପଂଚାୟତରେ ମୋ’ ଉପକାରୀ ବଗିଚା ପ୍ରକଳ୍ପ ମଂଜୁର କରାଯାଇଛି । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜି୍‌ଏନ୍‌ଆର୍‌ଇଜ୍‌ିଏସ୍‌)ର ପୋର୍ଟାଲ ତଥ୍ୟ ଅନୁସାରେ ୨୦୨୪-୨୫ ଆର୍ଥୀକ ବର୍ଷରେ ୬୪ଟି ମୋ’ ଉପକାରୀ ବଗିଚା ପାଇଁ ୩୭୮ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଛି । ଏଥିମଧ୍ୟରୁ ୯ଟି ପଂଚାୟତରେ ୨୮ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ୧୪୩୬ଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଏହା ବାବଦକୁ ପ୍ରତି ଶ୍ରମ ଦିବସକୁ ୨୫୪ଟଙ୍କା ହିସାବରେ ୩ ଲକ୍ଷ ୬୪ ହଜାର ୭୪୪ ଟଙ୍କା ପ୍ରଦାନ କରାଯାଇଛି । ଏବିଷୟରେ ବିଡିଓ ତପନ କୁମାର ମହାପାତ୍ରଙ୍କୁ ପଚାରିବାରେ ଏ ବାବଦରେ ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ