ଶିକ୍ଷାବିତ୍ ଡଃ ଅଚ୍ୟୁତ ସାମନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସଚେତନ ନାଗରିକ ଫୋରମ, ସଂସ୍କୃତି ଓ ସଂସ୍କୃତି ପକ୍ଷରୁ ଶିକ୍ଷାବିତ୍ ଡଃ ଅଚ୍ୟୁତ ସାମନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରକାଶଥାଉକି ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭରସିଟି ଅଫ୍ ନ୍ୟୁୟର୍କରେ ଶିକ୍ଷାବିତ, ସାମାଜିକ କର୍ମୀ ତଥା କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତଙ୍କ ନାମରେ ଗବେଷଣା କେନ୍ଦ୍ର ଖୋଲିବା ଏକ ବିରଳ ଘଟଣା ଯାହା ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ । ବେସରକାରୀସ୍ତରରେ ଜଣେ ସଫଳ ଶିକ୍ଷାବିତ୍ ଭାବରେ ରାଜଧାନୀ ଭୁବନେଶ୍ୱରରେ କିସ୍ ଓ କିଟ୍ ନାମକ ଦୁଇଟି ବୈଷୟିକ ଜ୍ଞାନ କୌଶଳ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଫଳରେ ଓଡ଼ିଶାର ବହୁ ମେଧାବୀଛାତ୍ରଛାତ୍ରୀ ସେହି ଶିକ୍ଷାନୁଷ୍ଠାନରୁ ସଫଳତାର ସହ ଶିକ୍ଷାଲାଭ କରି ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ଅନେକ ପଦ ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି । ବିଶେଷକରି ଡଃ ସାମନ୍ତ ଜନଜାତିର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆବାସିକ ଶିକ୍ଷାନୁଷ୍ଠାନ ଖୋଲି ମାଗଣାରେ ଶିକ୍ଷାଦାନ କରୁଛନ୍ତି, ଯାହାକି ପୃଥିବୀରେ ଏକ ବିରଳ ଘଟଣା । ଡଃ ସାମନ୍ତଙ୍କ ଉତ୍ସର୍ଗୀକୃତ ମନୋଭାବ, ଏକନୀଷ୍ଠ ସାଧନାରେ ସମାଜରେ ଜନଜାତିର ସେବା ସହ ସାଧାରଣବର୍ଗର ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବାରେ ଭାରତବର୍ଷର ଡଃ ସାମନ୍ତ ହେଉଛନ୍ତି ପ୍ରଥମ ଭାରତୀୟ । ଡଃ ସାମନ୍ତଙ୍କର ଏହି ସଫଳତା ପାଇଁ ରବିବାର ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ସଚେତନ ନାଗରିକ ଫୋରମର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ତଥା ସିନେ ସମୀକ୍ଷକ ଦିଲ୍ଲୀପ ହାଲି, କାର୍ଯ୍ୟକାରୀ ସଭ୍ୟ ଆଇନଜୀବୀ ମନୋରଞ୍ଜନ ପ୍ରଧାନ, ଅନିଲ ପରିଡ଼ା ଓ ଯୁବ ନେତା ତନ୍ମୟ ସ୍ୱାଇଁ ପ୍ରମୁଖ ସାମନ୍ତଙ୍କ ଭେଟି ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ