ଅଙ୍କୁଶପୁର ପଞ୍ଚାୟତରେ ଅଭିଯୋଗ ଶୁଣିଲେ ବିଧାୟ
କୁକୁଡାଖଣ୍ଡି,(ବିଭୂନନ୍ଦନ ପଣ୍ଡା):ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ପ୍ରତି ପଞ୍ଚାୟତ ଗ୍ରସ୍ତ ସମୟରେ ବିଭିନ୍ନ ଅଭିଯୋଗ ଲୋକଙ୍କ ତରଫରୁ ଆସୁଛି । କୁକୁଡାଖଣ୍ଡି ବ୍ଲକର ପ୍ରାୟ ୧୫ଟି ପଞ୍ଚାୟତ ଗ୍ରସ୍ତ କରିଥିବା ବେଳେ ଯେଉଁ ସମସ୍ତ ଅଭିଯୋଗ ମିଳୁଛି ତାହାକୁ ସରକାରୀ ସ୍ତର ରେ ସମାଧାନ କରିବା ପାଇଁ ଜନସାଧାରଣ ଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି। ଖୁବ୍ ଶୀଘ୍ର ପାନୀୟ ଜଳ, ବିଦ୍ୟୁତ, ରାସ୍ତା ଘାଟ ସହ ଯୋଉ ସବୁ ଗ୍ରାମାଞ୍ଚଳ ରେ ବିକାଶ ମୂଳକ କାର୍ଯ୍ୟ ଗୁଡିକ ଉପର ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କ ଆଲୋଚନା କରି ଦୃଷ୍ଟି ଆକର୍ଷଣ କରି ସମସ୍ୟା ଗୁଡିକ ସମାଧାନ କରାଯିବ ବୋଲି ଜନ ସାଧାରଣଙ୍କୁ କହିଛନ୍ତି ବିଧାୟକ। ଲୋକେ ମଧ୍ୟ ପୂର୍ବରୁ ନେତା ଓ କିଛି ଅସାଧୁ ସରକାରୀ କର୍ମଚାରିଙ୍କ ଦୁର୍ନୀତିର କଥା ବିଧାୟକଙ୍କୁ ଜଣାଉଛନ୍ତି । ଦୀର୍ଘ ବର୍ଷ ପରେ ମଧ୍ୟ ବିଭିନ୍ନ ପଞ୍ଚାୟତ ରେ ଲୋକଙ୍କ ଅସୁବିଧା ସମ୍ପୂର୍ଣ୍ଣ ହୋଇପାରୁନାହିଁ କି ମୌଳିକ ସମସ୍ୟା ବି ସମାଧାନ ହୋଇ ପାରିନାହିଁ। ସୋମବାର କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ଅଙ୍କୁଶପୁର ପଞ୍ଚାୟତ ର ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଶୁଣାଣି ଆରମ୍ଭ ରୁ ବିଦ୍ୟୁତ ସରବରହ ବନ୍ଦ ହୋଇଯାଇଥିଲା। ଉପସ୍ଥିତ ଜନସାଧାରଣ ମୋବାଇଲ ଟର୍ଚ୍ଚ ଯୋଗେ ଜନଶୁଣାଣି ହୋଇଥିଲା। ବିଧାୟକ ଶ୍ରୀ ମହାପାତ୍ର ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣାଣି କରିବାକୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ପାଳନ କରାଯାଉଥିବା କହିଛନ୍ତି । ଆଙ୍କୁଶପୁର, ଫାଦୀରିପଲ୍ଲୀ, ରାଇଝୋଳ, ରତ୍ନପୁର, ନାଇଡୁ ପଲ୍ଲୀ, ଚଢ଼େଇ ମରା , ଗୁଡିଆପଲ୍ଲୀ ଇତ୍ୟାଦି ଗ୍ରାମର ବହୁ ଚାଷୀ ଜଳାଭାବ କାରଣରୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ନେଇ ଅଭିଯୋଗ କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ସେହିପରି ଆବାସ ଯୋଜନା ଗରିବ ଙ୍କ ଠାରେ ପହଞ୍ଚାଇବାକୁ ସ୍ଥିର କରିଥିଲେ । ଜନସାଧାରଣ ନିଜ ନିଜ ଅଭିଯୋଗ ଏକ ଦରଖାସ୍ତ ଲେଖି ବିଧାୟକ ଙ୍କୁ ଦେବା ସହ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ଶ୍ରୀ ମହାପାତ୍ର ସାଧାରଣ ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସହ ମହନ୍ତ ଚିନ୍ମୟ ଦାସ,,ମୁରଲୀ ସେଠି, ସାରଥୀ ଗୌଡ଼, ଯତୀନ୍ଦ୍ର ପାତ୍ର, ସନାତନ ସଂଗ୍ରାମ ସିଂ, ରଜିତ ପାତ୍ର, ଫକୀର ବେହେରା, ବଦ୍ରୀନାଥ ସାବତ, କୁକୁନୁ ଦୋରା, ମିଟୁ ସାହୁ, ମାର୍କଣ୍ଡ ପାଣିଗ୍ରାହୀ,ଏ ନନ୍ଦ କିଶୋର ଙ୍କ ସହ ବହୁତ ପଞ୍ଚାୟତ ବାସି ଉପସ୍ଥିତ ରହିଆସିଥିଲେ।